ରାଜରାସ୍ତାକୁ ଓହ୍ଲାଇଲା ଓକିଲ ସଂଘ
ପୁରୀ: ବିଦୁ୍ୟତ୍ ବୋର୍ଡ଼କୁ ଭାଙ୍ଗି ସରକାର ବିଜୁଳିର ଘରୋଇକରଣ କଲା ପରେ ଏବେ ଟାଟା ପାୱାରକୁ ଲାଇସେନ୍ସ ଦିଆଯାଇଛି । ପୁରୀ ଓକିଲ ସଂଘ ପକ୍ଷରୁ ଅଭିଯୋଗ କରାଯାଇଛି । ସଂଘ ପକ୍ଷରୁ ୭ଦଫା ସମ୍ବଳିତ ଏକ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦେ୍ଦଶ୍ୟରେ ଜିଲ୍ଳାପାଳଙ୍କୁ ପ୍ରଦାନ କରାଯାଇଛି । ସଂଘ ସମ୍ପାଦକ ଦୀପକ ଦାସ, ସଭାପତି ଆଦିତ୍ୟ ହୃଦୟ ମିଶ୍ର, ଆଡ଼ଭୋକେଟ୍ ଶାରଦା ସାମଲ, ବିଶ୍ୱଜିତ୍ ପ୍ରଧାନ, ସୁକାନ୍ତ କୁମାର ପ୍ରଧାନ, ନୃସିଂହ ଚରଣ ମହାନ୍ତି, ଶରତ ରାୟଗୁରୁ, ଅନୀଲ ସାହୁ, ପ୍ରସନ୍ନ ମିଶ୍ର ପ୍ରମୁଖ ଜିଲ୍ଳାପାଳଙ୍କୁ ପ୍ରଦାନ କରିଛନ୍ତି । ଓଇଆରସି ଠାରୁ ସ୍ୱିକୃତୀ ପାଇ ବିତରଣକାରୀ କମ୍ପାନୀମାନେ ଗ୍ରିଡ୍୍କୋକୁ ବିଜୁଳି ଦେୟ ନଦେଇ ଟଙ୍କା ଲୁଟି ନେଇଥିଲେ । ଅପରପକ୍ଷରେ କମ୍ପାନୀମାନଙ୍କ ଚାପରେ ଓଇଆରସି ବିଦୁ୍ୟତ୍ ଦର ବୃଦ୍ଧି କରିଚାଲିଛି । ୧୦୦ ୟୁନିଟ୍ ସ୍ଲାବ୍କୁ ୫୦ୟୁନିଟ୍କୁ କମାଇ ଦେଲେ । ବଡ଼ବଡ଼ କମ୍ପାନୀଙ୍କୁ ବିଦୁ୍ୟତ୍ ଶୁଳ୍କ ଛାଡ଼ ହେଉଥିବା ବେଳେ, ସାଧାରଣ ଉପଭୋକ୍ତା ଉପରେ ଅଧିକ ବିଦୁ୍ୟତ୍ ଶୁଳ୍କ ଲଦି ଦିଆଯାଉଛି । ଟାଟା ପାୱାର ସ୍ମାର୍ଟ ମିଟର ଜରିଆରେ ରିମୋର୍ଟକୁ ନିଜ ହାତରେ ରଖି ଗ୍ରାହକଙ୍କ ମନଇଚ୍ଛା ଲୋଡ୍ ବଢାଇବ । ଦର ଧାର୍ଯ୍ୟ କରିବା ସହ ବିଦୁ୍ୟତ୍ ବିଚ୍ଛିନ୍ନ କରିବା ପାଇଁ ତାଙ୍କ ହାତରେ କ୍ଷମତା ରହିବ । ଆଗୁଆ ପ୍ରିପେଡ଼ ଭାଉଚର ଦ୍ୱାରା ୫୦୦ ଟଙ୍କିଆ ଓ ୧୦୦୦ ଟଙ୍କିଆ ଭାଉଚର ଉପଭୋକ୍ତାଙ୍କ ଠାରୁ କୋଟି କୋଟି ଟଙ୍କା ଅଗ୍ରିମ ନେଇଯିବେ, ଏହା ସଂପୂର୍ଣ୍ଣ ଉପଭୋକ୍ତା ବିରୋଧୀ । ସଂଘ ପକ୍ଷରୁ ସ୍ମାରକ ପତ୍ରରେ ଦାବି କରାଯାଇଛି ଯେ, ଉପଭୋକ୍ତାଙ୍କ ପ୍ରଥମ ସ୍ଲାବ ୧୦୦ୟୁନିଟ୍ ରଖାଯାଉ । ୟୁନିଟ୍ ପିଛା ବିଦୁ୍ୟତ୍ ଉତ୍ପାଦନ ଖର୍ଚ୍ଚ ଧାର୍ଯ୍ୟ କରାଯାଉ । ସ୍ମାର୍ଟ ମିଟର ପ୍ରତ୍ୟାହାର କରାଯାଉ । ଟିପିସିଓଡ଼ିଏଲ୍ କର୍ମଚାରୀ ଉପଭୋକ୍ତାଙ୍କୁ ଦୁର୍ବ୍ୟବହାର କରିବା ବନ୍ଦ କରାଯାଉ ଆଦି ଦାବି କରିଛନ୍ତି ।