ରାଜଲକ୍ଷ୍ମୀଙ୍କୁ ସହାୟତାର ହାତ ବଢାଇଲା ସାମାଜିକ ଅନୁଷ୍ଠାନ
ବ୍ରହ୍ମବରଦା,: କିଡ଼ନୀ ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁ ସହ ସଂଗ୍ରାମ କରୁଥିବା ରାଜଲକ୍ଷ୍ମୀଙ୍କୁ ଆର୍ଥôକ ସହାୟତା ଯୋଗାଇ ଦେଇଛି ଯାଜପୁର ଟାଉନ ଅଞ୍ଚଳର "ସୂର୍ଯ୍ୟାଲୋକ ସ୍ୱେଚ୍ଛାସେବୀ ଅନୁଷ୍ଠାନ । ରବିବାର ରାଜଲକ୍ଷ୍ମୀଙ୍କ ଘରେ ପହଞ୍ଚି ତାଙ୍କୁ କିଛି ଆର୍ଥôକ ସହାୟତା ପ୍ରଦାନ କରିବା ସହ ଆଗକୁ ରାଜଲକ୍ଷ୍ମୀଙ୍କ କିଡ଼ନୀ ପ୍ରତିରୋପଣ କରାଯାଏ ତାହେଲେ ସେ ନେଇ ସମସ୍ତ ପ୍ରକାର ସହଯୋଗ ପ୍ରଦାନ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି । ସୂଚନାଥାଉ କି ରସୁଲପୁର ବ୍ଲକ ଅଧୀନ ଅର୍ଥଙ୍ଗା ପଞ୍ଚାୟତ ବଡଚପପଇ ଗ୍ରାମର ପିତାମ୍ବର ଜେନାଙ୍କ +୨ କଲେଜ ପଢୁଆ ଝିଅ ରାଜଲକ୍ଷ୍ମୀ (୧୭) ଦୀର୍ଘ ୮ ମାସ ହେବ କିଡ଼ନୀ ରୋଗରେ ପୀଡ଼ିତ ହୋଇ ଏବେ ମୃତୁ୍ୟ ସହ ସଂଗ୍ରାମ କରୁଛନ୍ତି । ତାଙ୍କ କିଡ଼ନୀ ଦୁଇଟିର ୮୦ ଭାଗ କ୍ଷତିଗ୍ରସ୍ତ ହୋଇସାରିଛି । ରାଜଲକ୍ଷ୍ମୀ ଏବେ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ଚିକିତ୍ସାଳୟରେ ଚିକିତ୍ସିତ ଅବସ୍ତାରେ ଥିବା ସହିତ ତାଙ୍କର ସପ୍ତାହକୁ ଦୁଇଥର ରକ୍ତ ଡାୟାଲିସିସ କରାଯାଉଛି । ଯାହାକି ବହୁ ପରିମାଣରେ ବ୍ୟୟ ସାପେକ୍ଷ । ସରକାରଙ୍କ ତରଫରୁ ତାଙ୍କ ପରିବାରକୁ ମିଳିଥିବା ବିଜୁସ୍ୱାସ୍ଥ୍ୟ କାର୍ଡରୁ ସମସ୍ତ ଅର୍ଥ ଶେଷ ହୋଇଯାଇଥିବା ବେଳେ ଅର୍ଥ ଅଭାବରୁ ରାଜଲକ୍ଷ୍ମୀ ଉନ୍ନତ ଚିକିତ୍ସା ଅଭାବରୁ ବଞ୍ଚିତ ରହିଛନ୍ତି । ରାଜଲକ୍ଷ୍ମୀଙ୍କ ପିତା ପିତାମ୍ବର ଜଣେ ଦିନ ମଜୁରିଆ ହୋଇଥିବାରୁ ଜିଲାସ୍ୱାସ୍ଥ୍ୟ ବିଭାଗ ତଥା ପ୍ରଶାସନ ଆର୍ଥôକ ସହାୟତା ସହିତ ଉନ୍ନତମାନର ଚିକିତ୍ସା ଯୋଗାଇ ଦେବାକୁ ନିବେଦନ କରିଛନ୍ତି ।