ରାଜ୍ୟପାଳଙ୍କୁ ଭେଟିଲେ ଦୁଇ ରାଜ୍ୟର ଚାମ୍ବର୍ ଅଫ୍ କମର୍ସ
ଭୁବନେଶ୍ୱର: ଉକôଳ ଚାମ୍ବର ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟି୍ରଜ ଲିଃ ଓ ଭାଇଜାଗପଟମ୍ ଚାମ୍ବର ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟି୍ରଜର ପ୍ରତିନିଧିମଣ୍ଡଳୀ ଆଜି ରାଜଭବନରେ ରାଜ୍ୟପାଳଙ୍କୁ ଭେଟି ରାଜ୍ୟର ଆର୍ଥିକ କ୍ଷେତ୍ରକୁ ସମୃଦ୍ଧ କରିବା ଉପରେ ଆଲୋଚନା କରିଛନ୍ତି । ଉଭୟ ଚାମ୍ବର୍ସ ଅଫ୍ କମର୍ସ ଇଣ୍ଡଷ୍ଟି୍ର ଲିଡର୍, ନୀତି ନିର୍ଦ୍ଧାରକ ଏବଂ ଉଦ୍ୟୋଗୀମାନଙ୍କୁ ଏକାଠି କରି ଉଭୟ ରାଜ୍ୟର ବିକାଶ ପାଇଁ ପଦକ୍ଷେପ ନେଉଥିବାରୁ ରାଜ୍ୟପାଳ ଉଭୟଙ୍କ ଭୂମିକାକୁ ପ୍ରଶଂସା କରିଥିଲେ । ପ୍ରତିନିଧିମାନେ ସେମାନଙ୍କ ମଧ୍ୟରେ ସମନ୍ୱୟ, ସହଯୋଗ, ସହଭାଗିତା ମାଧ୍ୟମରେ ନିଆଯାଉଥିବା ପଦକ୍ଷପ ସଂପର୍କରେ ରାଜ୍ୟପାଳଙ୍କୁ ଅବଗତ କରାଇଥିଲେ ।
ଏ ଅବସରରେ ରାଜ୍ୟପାଳ କହିଥିଲେ ଯେ ଉଦ୍ୟୋଗ, ସ୍ଥାୟୀ ଶିଳ୍ପ ଏବଂ ରପ୍ତାନୀ ଭିତ୍ତିକ ଅଭିବୃଦ୍ଧିକୁ ପୋସôାହନ ଯୋଗାଇବା ଯାତ୍ରାରେ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛନ୍ତି । ଫଳରେ ପାରସ୍ପରିକ ସହଯୋଗ ମାଧ୍ୟମରେ ଲଜିଷ୍ଟିକସ୍, ଦକ୍ଷତା ବିକାଶ, ନବୀକରଣୀୟ ଶକ୍ତି ଏବଂ ପ୍ରଯୁକ୍ତି ବିଦ୍ୟାଚାଳିତ ଶିଳ୍ପ ଭଳି କ୍ଷେତ୍ରରେ ନୂତନ ରାସ୍ତା ଖୋଲିବ । ଏହି ସମ୍ଭାବନାକୁ ଉପଯୋଗ କରି ଉଭୟ ଚାମ୍ବର୍ସ ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟି୍ରଜ୍ ସଂଯୋଗୀକରଣକୁ ସୁଦୃଢ଼ କରିବା, ଏମ୍ଏସ୍ଏମ୍ଇଗୁଡ଼ିକ ପ୍ରୋତ୍ସାହିତ କରିବା, ନବସୃଜନକୁ ଆପଣେଇ ଉଭୟ ରାଜ୍ୟର ଅଭିବୃଦ୍ଧି ଓ ବିକାଶକୁ ତ୍ୱରାନ୍ୱିତ କରିବାକୁ ରାଜ୍ୟପାଳ ପରାମର୍ଶ ଦେଇଥିଲେ । ସେହିପରି ପରସ୍ପରର ସୁବିଧା ସୁଯୋଗକୁ ବ୍ୟବହାର କରି ଆମେ ଆଞ୍ଚଳିକ ବାଣିଜ୍ୟ ବ୍ୟବସାୟ ବୃଦ୍ଧି, ନିଯୁକ୍ତି ସୁଯୋଗ ସୃଷ୍ଟି ଏବଂ ଆର୍ଥିକ ପ୍ରଗତିକୁ ଆଗେଇ ନେଇ ବିକଶିତ ଭାରତ ଗଠନରେ ପ୍ରମୁଖ ଭୂମିକା ଗ୍ରହଣ କରିପାରିବା ବୋଲି ରାଜ୍ୟପାଳ କହିଥିଲେ । ଆଲୋଚନା ବେଳେ ରାଜ୍ୟର ଫାଷ୍ଟ ଲେଡି ଜୟଶ୍ରୀ କମ୍ଭମ୍ପାଟି ଉପସ୍ଥିତ ଥିଲେ । ଭାଇଜାଗପଟମ ଚାମ୍ବର ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟି୍ରଜର ସଭାପତି ଏମ୍. ସୁଦର୍ଶନ ସ୍ୱାମୀ, ଉକôଳ ଚାମ୍ବର ଆଫ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରିଜ ଲିଃ ସଭାପତି ଡ. ପ୍ରବୋଧ ମହାନ୍ତି ଓ ଅନ୍ୟମାନେ ଉପସ୍ଥିତ ଥିଲେ ।