ରାଜ୍ୟସ୍ତରୀୟ ଭଲିବଲ ଟୁର୍ଣ୍ଣାମେଣ୍ଟ
ବରୀ: ବରୀ ବ୍ଲକ ଅଧିନ ଧାରପୁର ପଞ୍ଚାୟତ କଚେରୀ ପଡିଆ ସାହୁପଡାରେ ଯଯାତି କେଶରୀ ଜେନା ମେମୋରିଆଲ ରାଜ୍ୟସ୍ତରୀୟ ଦିବା-ରାତ୍ରୀ ଭଲିିବଲ୍ ଟୁର୍ଣ୍ଣାମେଣ୍ଟ ଆସନ୍ତା ୧୮ତାରିଖ ଦିନ ସଞ୍ଜୀବ ସେନା ପକ୍ଷରୁ ଅନୁଷ୍ଠିତ ହେବ । ଏଥିପାଇଁ ଆଜି ଏକ ସାମ୍ୱାଦିକ ସମ୍ମିଳନୀ ମାଧ୍ୟମରେ ଯୁବନେତା ସଞ୍ଜିବ ଜେନା ସୂଚନା ଦେଇଛନ୍ତି । ଏକ ଦିବସୀୟ ଦିବାରାତ୍ରୀ ଭଳିବଲ ଟୁର୍ଣ୍ଣାମେଣ୍ଟରେ ୪ଟି ଦଳ ଅଂଶ ଗ୍ରହଣ କରିବେ । କିଟ୍ ଭୁବନେଶ୍ୱର, କେଏସଆର ସର୍ଭିସେର ପାରାଦୀପ, ଏପି ସିକ୍ସର ବାଲେଶ୍ୱର, ଖୋର୍ଦ୍ଧା ରେଳୱ ଖୋର୍ଦ୍ଧା ଆଦି ଦଳଙ୍କ ମଧ୍ୟରେ ଖେଳ ଅନୁଷ୍ଠିତ ହେବ । ୧୮ତାରିଖ ଦିନ ୨ ଟା ଠାରୁ ଖେଳ ଆରମ୍ଭ ହେବ ରାତି ସୁଦ୍ଧା ଖେଳ ଶେଷ ହୋଇ ଟ୍ରଫି ପ୍ରଦାନ କରାଯିବ । ଏହି ଅବସରରେ ଆଖପାଖ ଅଞ୍ଚଳର ପ୍ରାୟ ୧୦ ଜଣ ଖେଳାଳିଙ୍କୁ ସମ୍ବର୍ଦ୍ଧିତ କରାଯିବାର ବ୍ୟବସ୍ଥା ଥିବା ସଂଗଠନ ପକ୍ଷରୁ ସୂଚନା ଦିଆଯାଇଛି । ବୈଠକରେ ଗୁରୁଚରଣ ଦାସ, ଅମୀୟ ପରିଡା, ରବିନାରାୟଣ ଜେନା, ସରୋଜ କୁମାର ଜେନା, ବିବେକା ଜେନା, ବିରେନ୍ଦ୍ର ପତି, ପଦୀପ୍ତ ରାଜ, ତୁଷାର ଶ୍ୟାନ୍ତି, ସଚ୍ଚିଦାନନ୍ଦ ଜେନା, ଇନ୍ଦ୍ରମଣି ଜେନା, ଅଶୋକ ପଣ୍ଡାଙ୍କ ସମେତ ବହୁ ସଞ୍ଜିବ ସେନାର କର୍ମକର୍ତ୍ତା ଉପସ୍ଥିତ ଥିଲେ ।