ରାଷ୍ଟୀୟ ଲୋକ ଅଦାଲତ ଅନୁଷ୍ଠିତ
କେନ୍ଦୁଝର: ଜିଲ୍ଲା ଆଇନସେବା ପ୍ରାଧିକରଣ ତରଫରୁ ଜିଲ୍ଲା କୋର୍ଟ ସମେତ ଆନନ୍ଦପୁର ଓ ଚମ୍ପୁଆର ଅତିରିକ୍ତ ଜିଲ୍ଲା ଜଜ୍ କୋର୍ଟ, ବଡବିଲ, ହାଟଡିହୀ, ତେଲକୋଇ ଓ ଘଟଗାଁର ପ୍ରଥମଶ୍ରେଣୀ ବିଚାର ବିଭାଗୀୟ ବିଚାରପତି କୋର୍ଟ ଗୁଡିକରେ ରାଷ୍ଟି୍ରୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି । ଏହି ଲୋକ ଅଦାଲତ ଗୁଡିକରେ ସମୁଦାୟ ୬୭୩୬ ଟି ମକଦ୍ଦମା ସମାଧାନ କରାଯାଇ ୧୭,୫୯,୬୦,୯୨୬ ଟଙ୍କା ଆଦାୟ ହୋଇଥିଲା । ଜିଲ୍ଲା ଓ ଆଇନସେବା ପ୍ରାଧିକରଣ ଆନୁକୂଲ୍ୟରେ ଅନୁଷ୍ଠିତ ଉକ୍ତ ରାଷ୍ଟି୍ରୟ ଲୋକ ଅଦାଲତକୁ ଜିଲ୍ଲା ଜଜ୍ କୋର୍ଟ ପରିସରରେ ପ୍ରାଧିକରଣର ଅଧ୍ୟକ୍ଷ ତଥା ଜିଲ୍ଲା ଜଜ୍ ଗୋପାଳ ଚନ୍ଦ୍ର ବେହେରା ଉଦ୍ଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସ୍ୱତନ୍ତ୍ର ଭିଜିଲାନ୍ସ ବିଚାରପତି ଭଗବାନ ପ୍ରଧାନ,ପରିବାର ଅଦାଲତର ବିଚାରପତି ଇତିଶ୍ରୀ ମହାପାତ୍ର,ଅତିରିକ୍ତ ଜିଲ୍ଲାଜଜ୍ ମମିତା ଦାସ,ଅଧ୍ୟକ୍ଷ ସ୍ଥାୟୀ ଲୋକ ଅଦାଲତ ବିଚାରପତି ଇ. ବିଶ୍ୱେଶ୍ୱର ରାଓ,ମୁଖ୍ୟ ବିଚାର ବିଭାଗୀୟ ବିଚାରପତି ହିମାଂଶୁ ଶେଖର ବିଶ୍ୱାଳ,ବରିଷ୍ଠ ଦେୱାନୀ ବିଚାରପତି ଅମରେଶ ନାୟକ,ରେଜିଷ୍ଟ୍ରାର ସୁଚେତା କୃପାଳିନୀ,ମହିଳା କୋର୍ଟ ବିଚାରପତି ନେହା ଦାସ,ଉପଖଣ୍ଡିୟ ବିଚାରପତି ସୁମିତ୍ରା କୁମାରୀ ଦାସ,କନିଷ୍ଠ ବିଚାରପତି ପ୍ରଥମଶ୍ରେଣୀ ଅମ୍ବିକେଶ ପାଣିଗ୍ରାହୀ,ଜଙ୍ଗମ ଈଶ୍ୱର ନିଜ ନିଜ କୋର୍ଟ ଗୁଡିକରେ ମକଦ୍ଦମା ପରିଚାଳନା କରିଥିବାବେଳେ ଭାରପ୍ରାପ୍ତ ପ୍ରାଧିକରଣର ସଚିବ ତଥା ମହିଳା କୋର୍ଟ ବିଚାରପତି ନେହା ଦାସ କୋର୍ଟ ପରିଚାଳନା ଭାର ସମେତ ସ୍ଥାୟୀ ଓ ନିରନ୍ତର ଲୋକ ଅଦାଲତର କାର୍ଯ୍ୟଭାର ସମ୍ଭାଳି ଥିଲେ । ଏହି ରାଷ୍ଟି୍ରୟ ଲୋକ ଅଦାଲତରେ ପ୍ରାକ୍ ବ୍ୟାଙ୍କ ମକଦ୍ଦମା ୫୫ଟି ମାମଲାର ସମାଧାନ ହୋଇ ୧୧,୦୯,୧୦୦ ଟଙ୍କା,ମଟରଯାନ ଦୁର୍ଘଟଣା ୬୧ଟି ମାମଲା ସମାଧାନ ହୋଇ ୧୫,୨୬,୧୭,୮୧୦ ଟଙ୍କା,ପ୍ରାକ୍ ଲୋକ ଉପଯୋଗୀ ସେବା ୨୩ଟି ସମାଧାନ ହୋଇ ୧,୧୩,୦୦୦ ଟଙ୍କା,ପ୍ରାକ ବିଏସ୍ଏନ୍ଏଲ୍ ମକଦ୍ଦମା ୨୫ଟି ମାମଲାର ସମାଧାନ ହୋଇ ୨୮,୩୯୬ ଟଙ୍କା,ରାଜସ୍ୱ ମକଦ୍ଦମା ୬୨୪୧ଟି ମାମଲାର ସମାଧାନ ହୋଇ ୫,୧୦,୯୭୮ ଟଙ୍କା,ଦେୱାନୀ ମକଦ୍ଦମା ୫୯ଟି ମାମଲା ସମାଧାନ ହୋଇ ୪୦,୮,୦୪୯ ଟଙ୍କା ,ଫୌଜଦାରୀ ମକଦ୍ଦମା ୨୫୮ଟି ମାମଲା ସମାଧାନ ହୋଇ ୧,୭୮,୩,୫୯୩ ଟଙ୍କା ଆଦାୟ ହୋଇଥିଲା ।
ଭଦ୍ରକ: ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଜାତୀୟ ଆଇନ ସେବା ପ୍ରାଧିକାରଣ ଏବଂ ଓଡିଶା ରାଜ୍ୟ ଆଇନ ସେବା ପ୍ରାଧିକରଣଙ୍କ ନିର୍ଦେଶ କ୍ରମେ ଭଦ୍ରକ ଜÿିଲ୍ଲା କୋର୍ଟ ପରିସରରେ ଅନୁଷ୍ଠିତ ହୋଇ ଯାଇଛି । ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷ ସଂଗ୍ରାମ କେଶରୀ ପଟ୍ଟନାୟକ ଏଥିରେ ଅଧ୍ୟକ୍ଷତା କରି ଥିବା ବେଳେ ଜÿିଲ୍ଲା ଆଇନ ସେବା ପ୍ରାଧିକାରଣ ର ଭାରପ୍ରାପ୍ତ ସଚିବ ଶ୍ରୀମତୀ ଅରୋଲିପି ପରିଜା ଏହି ଲୋକ ଅଦାଲତକୁ ପରିଚାଳନା କରିଥିଲେ । ମୋଟ ୫୦୪୪୩୮୧୨.୬୫ ଟଙ୍କାରେ ୧୨୮୦ ଟି ମୋକଦ୍ଦମମା ର ଆପୋଷ ସମଧାନ ହୋଇ ଥିଲା । ସେଗୁଡିକ ମଧ୍ୟରେ ବିଭିନ୍ନ ମୋଟର ଯାନ ଦୁର୍ଘଟଣା ଦାବି ଟ୍ରିବୁନାଲ ର ବିଚରାଧୀନ ଥିବା ୪୨ଟି ମାମଲାର ୩୧୭୨୧୭୦୦ ଟଙ୍କାରେ, ୪୫ଟି ଚେକ ବୌନ୍ସ, ପୁନଃରୁଦ୍ଧାର ମାମଲା ୭୫୩୧୮୪୧ ଟଙ୍କାରେ, ୩୦ଟି ବୈବାହିକ ବିବାଦ, ୫୯୨ ଟି ରାଜସ୍ୱ ମୋକଦ୍ଦମା, ୧୩୨୩୫୩ ଟଙ୍କାରେ, ୧୧୩ ଟି ଅନ୍ୟାନ୍ୟ ଦେୱାନୀ ମାମଲା, ପ୍ରାକ ମୋକଦ୍ଦମା ମଧ୍ୟରେ ବିଭିନ୍ନ ବ୍ୟାଙ୍କ ର ୨୬୮ ଟି ବ୍ୟାଙ୍କ ଋଣ ମାମଲା ୬୭୫୭୦୭୯ ଟଙ୍କାରେ ଭାରତ ସଂଚାର ନିଗମ ଲିମିଟେଡ଼ ର ଟେଲିଫୋନେ ବିଲ ସମ୍ବନ୍ଧୟ ୧୧ ଟି ମାମଲା ୨୧୪୮୨ ଟଙ୍କାରେ, ବିଦ୍ୟୁତ୍ ବିଭାଗ ର ୫୭ଟି ମାମଲା ୧୨୦୫୦୦୦ ଟଙ୍କାରେ ଆପୋଷ ବୁଝା ମଣା ମାଧ୍ୟମରେ ସମାଧାନ କରା ଯାଇଛି ।