ରାଷ୍ଟ୍ରୀୟ ବିଦ୍ୟାର୍ଥୀ ଦିବସ
ଆସିକା : ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଘୁମୁସର ସାଂଗଠନିକ ଜିଲ୍ଲା ଆସିକା ନଗର ପକ୍ଷରୁ ଛାତ୍ର ନେତା ରାହୁଲ ବେହେରାଙ୍କ ସଂଯୋଜନାରେ ସ୍ଥାନୀୟ ମେକ ମାଇକେଲ ସଂସ୍କୃତ ସ୍ନାତକ ମହାବିଦ୍ୟାଳୟ ଏବଂ ସରସ୍ୱତୀ ବିଦ୍ୟା ମନ୍ଦିର ଠାରେ ରାଷ୍ଟ୍ରୀୟ ବିଦ୍ୟାର୍ଥୀ ଦିବସ ତଥା ୭୭ତମ ପ୍ରତିଷ୍ଠା ଦିବସ ପାଳନ ହୋଇଯାଇଛି । ଏହି ଅବସରରେ "ଆଜିର ଛାତ୍ର- ଆଜିର ନାଗରିକ’ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା । ପ୍ରାନ୍ତ ବିକାଶାର୍ଥେ ବିଦ୍ୟାର୍ଥୀ ସଂଯୋଜକ ଅନିଲ କୁମାର ସ୍ୱାଇଁ ଏବଂ ଛାତ୍ରନେତା ହିମାଂଶୁ ଶେଖର ତ୍ରିପାଠୀ ଯୋଗ ଦେଇ ଏବିଭିପିର ଲକ୍ଷ୍ୟ, ଆଦର୍ଶ ସହ ସାମ୍ପ୍ରତିକ ପରିସ୍ଥିତିରେ ବିଦ୍ୟାର୍ଥୀର ଭୂମିକା ସହ ରାଷ୍ଟ୍ର ପୁନଃନିର୍ମାଣରେ ସହଭାଗିତାକୁ ନେଇ ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟାପକ ଅଶ୍ୱିନୀ ଖାଡ଼ଙ୍ଗା, କଲେଜ ଅଧ୍ୟକ୍ଷ ସୁରେନ୍ଦ୍ର ସ୍ୱାଇଁ, ଅଧ୍ୟାପକ ସ୍ୱଦେଶ କୁମାର ଦଳାଇଙ୍କ ସହ ବହୁ ଛାତ୍ରଛାତ୍ରୀ ଓ କର୍ମକର୍ତ୍ତା ଯୋଗ ଦେଇଥିଲେ ।