ରାଷ୍ଟ୍ରୀୟ ହିନ୍ଦୀ ଦିବସ ପାଳିତ

 ପୁରୀ : ପୁରୀ ସଦର ଅନ୍ତର୍ଗତ ବୀରହରେକୃଷ୍ଣପୁର ନୋଡ଼ାଲ ଉଚ୍ଚ ବିଦ୍ୟାଳୟରେ ରାଷ୍ଟ୍ରିୟ ହିନ୍ଦୀ ଦିବସ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଏହି ସମାରୋହରେ ମୁଖ୍ୟ ଅତିଥି ରୂପେ ଯୋଗଦାନ କରିଥିଲେ ରାଷ୍ଟ୍ରିୟ ସଂସ୍କୃତ ସଂସ୍ଥାନ ସଦାଶିବ ବିଶ୍ୱବିଦ୍ୟାଳୟର ଶିକ୍ଷାଶାସ୍ତ୍ରୀ ବିଭାଗ ଅଧ୍ୟାପକ ଓମ୍ନାରାୟଣ ଶର୍ମା । ପ୍ରଧାନଶିକ୍ଷକ ଅରବିନ୍ଦ ଦାସ ଓ ହିନ୍ଦୀ ଶିକ୍ଷୟିତ୍ରୀ ବନିତା ମହାପାତ୍ର ଏହି ଅବସରରେ ମଞ୍ଚାସୀନ ଥିଲେ । ମୁଖ୍ୟ ଅତିଥିଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ଜ୍ୱଳନ ଓ ଶ୍ରୀଜଗନ୍ନାଥଙ୍କୁ ଧୂପ, ଦୀପ ଅର୍ପଣ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା । ହିନ୍ଦୀ ଦିବସର ମହତ୍ତ୍ୱ ଉପରେ ମୁଖ୍ୟ ଅତିଥି  ଶର୍ମା, ପ୍ରଧାନଶିକ୍ଷକ ଓ ହିନ୍ଦୀ ଶିକ୍ଷୟିତ୍ରୀ ବକ୍ତବ୍ୟ ଉପସ୍ଥାପନ କରିଥିଲେ । ହିନ୍ଦୀ ରାଜଭାଷା ହୋଇଥିବାରୁ ଆମେ ପଢିବା ଓ ହିନ୍ଦୀ ଲେଖିବା ନିତାନ୍ତ ଆବଶ୍ୟକ । ହିନ୍ଦୀ ଜାଣିବା ଦ୍ୱାରା ଆମ୍ଭମାନଙ୍କର ଜନସଂପର୍କ ବୃଦ୍ଧି ପାଇବ ବୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ । ଶିକ୍ଷାଶାସ୍ତ୍ରୀ ବିଭାଗର ସମସ୍ତ ଛାତ୍ରାଧ୍ୟାପକ, ଅଧ୍ୟାପିକା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ଏହି ଅବସରରେ ଉପସ୍ଥିତ ଥିଲେ ।