ରାସ୍ତା ନିର୍ମାଣର ଶିଳାନ୍ୟାସ କଲେ ବିଧାୟକ

ବାଲେଶ୍ୱର : ବାଲେଶ୍ୱର ପୌରପାଳିକାର ୧୦ନଂ ୱାର୍ଡରେ ନୂତନ ରାସ୍ତା ନିର୍ମାଣ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ବିଧାୟକ ମାନସ କୁମାର ଦତ୍ତ । ସ୍ଥାନୀୟ ଅଂଚଳର ଜନସାଧାରଣଙ୍କ ଦାବି ଓ ଆଗ୍ରହକୁ ଦୃଷ୍ଟିରେ ରଖି ବାଲେଶ୍ୱର ପୌରପାଳିକା ପକ୍ଷରୁ ବିଧାୟକଙ୍କ ସ୍ୱତନ୍ତ୍ର ଉନ୍ନୟନ ପାଣ୍ଠି ଯୋଜନା ଅନ୍ତର୍ଗତ ୱାର୍ଡର ସତ୍ସଙ୍ଗ କଲୋନୀରେ ଶିବଶଙ୍କର ମହାନ୍ତିଙ୍କ ଘର ଠାରୁ ରନôାକର ପଣ୍ଡାଙ୍କ ଘର ଦେଇ ଉଦୟ ଦାସମହାପାତ୍ରଙ୍କ ଘର ପର୍ଯ୍ୟନ୍ତ ପେଭର ବ୍ଲକ ରାସ୍ତା ନିର୍ମାଣ ପ୍ରକଳ୍ପ କାର୍ଯ୍ୟକାରୀ ପାଇଁ ବିଧାୟକ ଶ୍ରୀ ଦତ୍ତ ଶିଳାନ୍ୟାସ କରିଥିଲେ । ଏହି ପ୍ରକଳ୍ପ ପାଇଁ ମୋଟ ୬ଲକ୍ଷ ୮୫ ହଜାର ଟଙ୍କା ଖର୍ଚ୍ଚ ଅଟକଳ କରାଯାଇଛି । ସମସ୍ତ ପ୍ରକଳ୍ପକୁ ଯୋଜନାବଦ୍ଧ ଭାବେ ଧାର୍ଯ୍ୟ ସମୟସୀମା ମଧ୍ୟରେ ସାରିବାକୁ ବିଭାଗୀୟ ଅଧିକାରୀଙ୍କୁ ସେ ନିଦେ୍ର୍ଦଶ ଦେଇଛନ୍ତି । ଏହି ଅବସରରେ ସତ୍ସଙ୍ଗ କଲୋନୀ କଲ୍ୟାଣ ପରିଷଦର ସଭାପତି ମଧୁସୂଦନ ବେହେରା, ରମାକାନ୍ତ କର, ଉଦୟ ଦାସମହାପାତ୍ର, ରନôାକର ପଣ୍ଡା, ଗଙ୍ଗାଧର ପୃଷ୍ଟି, ଭାଗବତ ଦାସ, ମନମୋହନ ବେହେରା, ସାରଙ୍ଗଧର ଦାସ, ରତିକାନ୍ତ ପାତ୍ର ପ୍ରମୁଖ ସ୍ଥାନୀୟ ଅଂଚଳବାସୀ ଉପସ୍ଥିତ ରହି ଗ୍ରାମବାସୀଙ୍କ ଆଶା ଓ ଆକାଂକ୍ଷା ପୂରଣରେ ପ୍ରୟାସ ଓ ପଦକ୍ଷେପ ପାଇଁ ବିଧାୟକଙ୍କୁ କୃତଜ୍ଞତା ଜଣାଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଗଙ୍ଗାଧର ରାଉତ, ସୀତାକାନ୍ତ ସ୍ୱାଇଁ, ରାଜେନ୍ଦ୍ର ଚାଟାର୍ଜୀ, ପ୍ରଶାନ୍ତ ପରିଡା, ଧିରଜ ମହାନ୍ତି, ବିବେକ ମହାନ୍ତି, ନିତିନ ଦାସ ପ୍ରମୁଖ ଏହି ଶିଳାନ୍ୟାସ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।