ରାସ୍ତା ନିର୍ମାଣ ପାଇଁ ରାଜରାସ୍ତାରେ ଗ୍ରାମବାସୀ

ଆନନ୍ଦପୁର: ଅଧପନ୍ତରିଆ ରାସ୍ତା ନିର୍ମାଣ କାର୍ଯ୍ୟକୁ ଶୀଘ୍ର ଶେଷ କରିବା ଦାବିକୁ ନେଇ ରାସ୍ତାକୁ ଓହ୍ଲାଇଛନ୍ତି ଗ୍ରାମବାସୀ । ଏଭଳି ଦେଖିବାକୁ ମିଳିଛି ଆନନ୍ଦପୁର ଉପଖଣ୍ଡ ଘସିପୁରା ବ୍ଳକ ଅନ୍ତର୍ଗତ କେଶଦୁରାପାଳ ପଞ୍ଚାୟତ ଅନ୍ତର୍ଗତ ଲକ୍ଷ୍ମୀ ବଜାର ମୁଖ୍ୟ ରାସ୍ତାରେ । ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ ଆଜକୁ ୬ମାସ ତଳେ ପ୍ରଶାସନ ପକ୍ଷରୁ ଲକ୍ଷ୍ମୀ ବଜାର ମୁଖ୍ୟ ରାସ୍ତାକୁ ଚଉଡା କରିବା ପାଇଁ ଜବର ଦଖଲ ଉଚ୍ଛେଦ କରାଯାଇଥିଲା । ତେବେ ରାସ୍ତା କାମ ଅଧାପନ୍ତରିଆ କରି କାମ ବନ୍ଦ କରିଦିଆଯାଇଥିଲା । ଯାହାର ଫଳ ଗ୍ରାମବାସୀ ଅସୁବିଧା ଭୋଗ କରୁଛନ୍ତ । ଏହି ମୁଖ୍ୟ ରାସ୍ତା ଉପରେ ଏକାଧିକ ପଞ୍ଚାୟତ, ଗ୍ରାମ ନିର୍ଭର କରୁଥିବାବେଳେ ଏହି ରାସ୍ତା ଦେଇ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର, ସରକାରୀ ଉଚ୍ଚ ବିଦ୍ୟାଳୟ, ସମେତ ମେଡ଼ିସିନ ଷ୍ଟୋର ଏବଂ ମୁଖ୍ୟ ମାର୍କେଟକୁ ଳୋକେ ଯାତାୟତ କରିଥାନ୍ତି । କିନ୍ତୁ ଏହି ରାସ୍ତା ଦେଇ ଯାତାୟାତ କରିବା ଦ୍ୱାରା ପଡି ଖଣ୍ଡିଆ ଖବରା ହେଉଛନ୍ତି । ପରିସ୍ଥିତି ଏପରି ହେଲା ଯେ ବାଧ୍ୟ ହୋଇ ଆଜି ଏହାକୁ ବିରୋଧ କରି ରାଜରାସ୍ତାକୁ ଓହ୍ଲାଇଥିଲେ । ଖବର ପାଇବା ପରେ ତହସିଲଦାର  ଆର ଆଇ ଏବଂ ପୁଲିସ ଘଟଣାସ୍ଥଳରେ ଗ୍ରାମବାସୀଙ୍କ ସହିତ ଆଲୋଚନା କରି ରାସ୍ତା କାର୍ଯ୍ୟ ଖୁବ ଶୀଘ୍ର ସମାପ୍ତ କରାଯିବ ବୋଲି ପ୍ରତିଶୃତି ଦେବାପରେ ଗ୍ରାମବାସୀ ରାସ୍ତା ଅବରୋଧରୁ ଓହରିଥିଲେ ।