ରାସ୍ତା ଶୋଚନୀୟ, ମରାମତି ଦାବି
ନୂଆପଡ଼ା : ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅଧୀନ ହାତୀବନ୍ଧା ପଞ୍ଚାୟତ ବସ୍ଷ୍ଟାଣ୍ଡ ପିପଲ ଗଛ ଛକ ଠାରୁ ଆନନ୍ଦ ମେଡିକାଲ ଯିବା ରାସ୍ତା ଅତି ଶୋଚନୀୟ ହୋଇ ପଡିଛି । ଯାହାଫଳରେ ଲୋକେ ଯାତାୟତ ପାଇଁ ନାନାଦି ଅବସୁବିଧାର ସମ୍ମୁଖିନ ହୋଇଥାନ୍ତି । ଏହି ରାସ୍ତା ଦେଇ ଗ୍ରାମପଞ୍ଚାୟତ, ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟ, ପ୍ରାଥମିକ ବିଦ୍ୟାଳୟ, ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର, ଡାକ୍ତରଖାନାକୁ ଲୋକେ ଯାତାୟତ କରିଥାନ୍ତି । ରାସ୍ତା ଖାଲଖମାରେ ଭର୍ତ୍ତିି ହୋଇଥିବାବେଳେ ସମାନ୍ୟ ବର୍ଷାରେ ରାସ୍ତା ଅବସ୍ଥା ବେହାଲ ହୋଇଯାଉଛି । ଏ ନେଇ ବାରମ୍ବାର ସରପଞ୍ଚଙ୍କୁ ଅଭିଯୋଗ କରିଥିଲେ ମଧ୍ୟ ଫଳଶୂନ । ବର୍ତ୍ତମାନ କାଳ ବୈଶାଖୀ ବର୍ଷାରେ ରାସ୍ତାର ଅବସ୍ଥା ମରଣଯନ୍ତା ପାଲଟିଛି । ତେଣୁ ଏହି ରାସ୍ତାର ମରାମତି ଶୀଘ୍ର କରିବାକୁ ପ୍ରଶାସନ ପାଖରେ ସ୍ଥାନୀୟ ଜନସାଧାରଣ ଦାବି ଜଣାଇଛନ୍ତି ।