ରୋଟାରୀ କ୍ଲବ ପକ୍ଷରୁ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ
ବ୍ୟାସନଗର:ନଗଡ଼ା ଓ ଗୁହିଆଶାଳ ଗାଁରେ ରୋଟାରି ଡିଷ୍ଟ୍ରିକ୍ଟ ଭୁବନେଶ୍ୱର ପାସପୋର୍ଟ କ୍ଲବ ପକ୍ଷରୁ ସେଣ୍ଟେନିଆଲ୍ କ୍ଲବ,କନଫ୍ଲ୍ୟୁଏନ୍ସ କ୍ଲବ ଓ କଳିଙ୍ଗନଗର କ୍ଲବ ପକ୍ଷରୁ ବିଭିନ୍ନ ସାମାଜିକ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ରଞ୍ଜନ କୁମାର ଦାସ, ବରିଷ୍ଠ ଭେଷଜ ବିଶେଷଜ୍ଞ ଡାକ୍ତର ଲଳିତ ବେହେରା ଓ ଡାକ୍ତର ଲିପ୍ସତା ପ୍ରିୟଦର୍ଶିନୀ, ସସ୍ମିତା ବେହେରା, ବାସନ୍ତୀ ରଥ, ଅପର୍ଣ୍ଣା ନାୟକ, ମୃଣାଳ ନାୟକ, କମଳ ଲୋଚନ ସାହୁ, ଗୋପିନାଥ ସାହୁ ଓ ସୁଦୀପ ମିଶ୍ର ପ୍ରମୂଖ ଉପସ୍ଥିତ ରହି ସ୍ୱାସ୍ଥ୍ୟସେବା, ସାସ୍ଥ୍ୟରକ୍ଷା ଓ ସାମାଜିକ ଚଳଣି ସଂପର୍କରେ ଗ୍ରାମବାସୀଙ୍କୁ ସଚେତନ କରିବା ସହ ଗାଁର ସମସ୍ତ ୩୭ ଗାଟି ଜୁଆଙ୍ଗ ପରିବାରକୁ ଶାଢ଼ି, ହାପ୍ପ୍ୟାଣ୍ଟ, କମ୍ବଳ ସହ ରାସନ ପୁଡ଼ିଆ ପ୍ରଦାନ କରିଥିଲେ ।