ଲଗାତାର ବିଦୁ୍ୟତ୍କାଟ, ଉପଭୋକ୍ତା ଅସନ୍ତୋଷ

 ଧର୍ମଶାଳା: ଧର୍ମଶାଳା ବ୍ଲକ୍ ଜାରକା ବିଦୁ୍ୟତ୍ ଉପଖଣ୍ଡରେ ଲଗାତାର ଭାବେ ବିଦୁ୍ୟତ କାଟ ଘଟିବାରେ ଲାଗିଛି । ଯାହାକୁ ନେଇ ଉପଭୋକ୍ତା ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇବାରେ ଲାଗିିଛି । ଉପଖଣ୍ଡରେ ଚଳିତ ମାସ ୩ତାରିଖରୁ ୨୨ତାରିଖ ଯାଏଁ ୮ ଦିନ ବ୍ୟାପି ମରାମତି ବହାନାରେ ବିଦୁ୍ୟତ୍ କାଟ ଜାରି ରହିଛି । ଉପଖଣ୍ଡ ଅଧିକାରୀ ତଥା ଜାରକା ବିଦୁ୍ୟତ୍ ବିଭାଗ ସହକାରୀ ଯନ୍ତ୍ରୀଙ୍କ ଦ୍ୱାରା ପ୍ରକାଶିତ ଚିଠିରେ ଏନେଇ ପୁର୍ବରୁ ଗ୍ରାହକଙ୍କୁ ଅବଗତ କରାଇଦିଆଯାଇଛି । ତେବେ ବିଦୁ୍ୟତ କାଟ ସମୟ ସକାଳ ୮ ଘଟିକାରୁ ଅପରାହ୍ନ ୨ଟା ରଖାଯାଇଥିଲେ ହେଁ ସକାଳ ଠିକ୍ ୮ଟାରେ ବିଦୁ୍ୟତ କାଟି ଦିଆଯାଇ ଅପରାହ୍ନ ୨ଟା ବଦଳରେ ମନଇଛା ସଂଯୋଗ କରାଯାଉଛି । ବିଭାଗୀୟ ଚିଠି ଅନୁସାରେ ବିଦୁ୍ୟତ୍ କାଟ ହେଉଛି ସତ ହେଲେ ବିଦୁ୍ୟତ ସଂଯୋଗ ସମୟ ୧ ଘଣ୍ଟାରୁ ଅଧିକ ବିଳମ୍ବ ହେବାରୁ ଉପଭୋକ୍ତାଙ୍କ ମଧ୍ୟରେ ଅସନ୍ତୋଷ ବଢିବାରେ ଲାଗିଛି ।