ଲୋକଙ୍କ ପାଖରେ ପହଞ୍ଚି ପାରୁନି ସୂଚନା: ଅଭିଯୋଗ ପରେ ବି କୌଣସି ସୁଫଳ ମିଳୁନି
ଗୋପ : ଗୋପ ବ୍ଲକରେ ଜିଲ୍ଲାପାଳ ପୁରୀଙ୍କ ୨ୟ ତ୍ରୟମାସିକ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଛି । ଏଥିରେ ମୋଟ ୩୨ ଜଣ ଅଭିଯୋଗକାରୀ ଉପସ୍ଥିତି ହୋଇଥିବା ସ୍ଥଳେ ଅଧିକାଂଶଙ୍କର ପୁନରାବୃତ୍ତି ହୋଇଥିଲା । ମାନେ ପୂର୍ବରୁ କରିଥିବା ଅଭିଯୋଗର ସମାଧାନ ହୋଇ ନ ଥିବା ହେତୁ ପୁନଃ ଅଭିଯୋଗ କରିବାକୁ ପଡିଥିଲା । ଏହି ଜନଶୁଣାଣୀରେ ଅତିରିକ୍ତ ଜିଲ୍ଲାପାଳ ପୁରୀ-ସରତ ଚନ୍ଦ୍ର ବେହେରା, ଉପଜିଲ୍ଲାପାଳ ରାଜକିଶୋର ଜେନା, ଅତିରକ୍ତ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସଚିନ ପଟେଲ, ପ୍ରକଳ୍ପ ଅଧିକାରୀ ପ୍ରିୟରଞ୍ଜନ ପୃଷ୍ଠି, ଅତିରିକ୍ତ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଲଲାଟେନ୍ଦୁ ମିଶ୍ର, ବ୍ଲକ୍ ଅଧ୍ୟକ୍ଷା ଝୁନୁ ମଲ୍ଲିକ, ଉପାଧ୍ୟକ୍ଷ ବନୋରଞ୍ଜନ ପଟ୍ଟନାୟକ, ବିଡିଓ ଛବିରାଣୀ ସାହୁଙ୍କ ସମେତ ଅନ୍ୟାନ୍ୟ ସମସ୍ତ ବିଭାଗୀୟ ଅଧିକାରୀ ଓ ଅଧିକାରିଣୀ ଉପସ୍ଥିତଥିଲେ । କାର୍ଯ୍ୟକ୍ରମ କରିବାର ମୁଖ୍ୟ କାରଣ ହେଉଛି ଗ୍ରାମାଞ୍ଚଳରେ ବସବାସ କରୁଥିବା ନିରୀହ ଗରିବ ଶ୍ରେଣୀର ବ୍ୟକ୍ତିଙ୍କୁ କିପରି ବ୍ଲକ କାର୍ଯ୍ୟାଳୟ ପ୍ରାଙ୍ଗଣରେ ସମସ୍ୟାର ସମାଧାନ ହୋଇପାରିବ । କିନ୍ତୁ ଦୁଃଖ ଓ ପରିତାପର ବିଷୟ ହେଉଛି କାର୍ଯ୍ୟକ୍ରମ ସମ୍ପର୍କରେ ସଠିକ ଭାବେ ଗ୍ରାମାଞ୍ଚଳରେ ବସବାସ କରୁଥିବା ବ୍ୟକ୍ତିଙ୍କ ନିକଟରେ ପହଞ୍ଚି ପାରୁନାହିଁ । ତା ସତ୍ତ୍ୱେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହେଉଛି ସତ କିନ୍ତୁ ଲୋକଙ୍କୁ ୱାର୍ଡ ଅନୁଯାଇ ସୂଚିତ କରାଯାଉନାହିଁ ।
ଏପରି କୀ ସ୍ଥାନୀୟ ଗଣମାଧ୍ୟମ ପ୍ରତିନିଧିଙ୍କୁ କାର୍ଯ୍ୟକ୍ରମ ସମ୍ପର୍କରେ ପୂର୍ବ ରାତି ୯.୪୮ ରେ ଏକ ଗ୍ରୁପ ମଧ୍ୟରେ ସୂଚିତ କରାଯାଇଥିଲା । ତାହା ପୁଣି ସାମୂହିକ ଭାବେ ନୁହେଁ ଗୋପ ବ୍ଲକ ବିଡିଓ ଛବିରାଣୀ ସାହୁ ପୂର୍ବରୁ ସୂଚିତ ନ କରିବା ପଛରେ କାହାର ହାତ ରହୁଛି? ଯେବେଠୁଁ ଶ୍ରୀମତୀ ସାହୁ ଗୋପ ବ୍ଲକର ଦାୟିତ୍ୱ ନେଲେଣି ସେବେଠୁ କୌଣସି ସରକାରୀ କାର୍ଯ୍ୟକ୍ରମରେ ପୂର୍ବରୁ ସୂଚିତ ହେଉନାହିଁ କି, ସଠିକ ଭାବେ ପରିଚାଳିତ ହେଉନାହିଁ । ଯଦିଓ ଓଡିଶାରେ ଡବଲ ଇଞ୍ଜିନ ସରକାର ବା ଲୋକଙ୍କ ସରକାର ଚାଲିଛି କିନ୍ତୁ ଗୋପ ବ୍ଲକ ବିଡିଓଙ୍କ କ୍ଷେତ୍ରରେ ବ୍ୟତିକ୍ରମ କାହିଁକି । ଏହା ପୁଣି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ନିଜ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ହୋଇଥିଲେ ମଧ୍ୟ ଅନେକ ବ୍ୟତିକ୍ରମ ପରିଲକ୍ଷିତ ହେଉଛି । ସାଧାରଣରେ ଚର୍ଚ୍ଚା ହେଉଛି ଗୋପ ବ୍ଲକର ଦୁର୍ନୀତି ସମ୍ପର୍କରେ ନିୟମିତ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରସାରଣ ସତ୍ତ୍ୱେ କାହା ସୁରକ୍ଷା ବଳୟ ଭିତରେ ବ୍ଲକର ବିଡିଓ ରହୁଛନ୍ତି ।