ଲୋକବାଦ୍ୟ ପ୍ରତିଯୋଗିତା

 ସମ୍ବଲପୁର : ମା' ସମଲେଶ୍ୱରୀ ମନ୍ଦିର ପ୍ରାଙ୍ଗଣରେ ସମଲେଶ୍ୱରୀ ମନ୍ଦିର ଟ୍ରଷ୍ଟ ବୋର୍ଡ ତରଫରୁ ଆୟୋଜିତ ଦୁଲ ଦୂଲି ବାଜା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ପଶ୍ଚିମ ଓଡ଼ିଶାର ଲୋକକଳାକୁ ପ୍ରୋସôାହନ ଦେବାପାଇଁ ଆୟୋଜିତ ଏହି ପ୍ରତିଯୋଗିତାରେ ପଶ୍ଚିମ ଓଡ଼ିଶାର ବିଭିନ୍ନ ଅଞ୍ଚଳର ନଅଟି ଦଳ ସାମିଲ ହୋଇଥିଲେ । ଏହି ପ୍ରତିଯୋଗିତାରେ ସମ୍ବଲପୁର ଖଳିଆବନ୍ଧର ଡାକ୍ତର ବାରିକଙ୍କ ଦଳ ପ୍ରଥମ ସ୍ଥାନ ହାସଲ କରିଥିବା ବେଳେ ବଲାଙ୍ଗୀରର ପିତାମ୍ବର ଦୀପଙ୍କ ଦଳ ଦ୍ୱିତୀୟ ଓ ବଡବଜାର ସମ୍ବଲପୁରର ବିଦ୍ୟାଧର କଣ୍ଟାଙ୍କ ଦଳ ତୃତୀୟ ସ୍ଥାନ ହାସଲ କରିଥିଲେ । ଏହି ପ୍ରତିଯୋଗିତା ପାଇଁ ଶଙ୍କର ପ୍ରଧାନ, ରଞ୍ଜନ ସାହୁ,  କୃଷ୍ଣ ଚନ୍ଦ୍ର ବାଗ ଓ ଡ଼.ମୋହିତ ସ୍ୱାଇଁ ବିଚାରକ ଭାବରେ ସାମିଲ ହୋଇଥିଲେ ।  ମା’ ସମଲେଶ୍ୱରୀ ମନ୍ଦିର ଟ୍ରଷ୍ଟ ବୋର୍ଡର ସଭାପତି ସଞ୍ଜୟ ବାବୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉସôବରେ ପ୍ରଫୁଲ୍ଲ ହୋତା ଓ ଡ଼: ଶ୍ୟାମ ସୁନ୍ଦର ଧର ସଂଯୋଜନା କରିଥିବା ବେଳେ ଟ୍ରଷ୍ଟ ବୋର୍ଡର ସଦସ୍ୟ ହେମନ୍ତ ଚନ୍ଦ୍ର ମିଶ୍ର, ଦେବ କୁମାର ଅଜମେରିଆ, ସନ୍ତୋଷ ପୃଷେଠ,  ଅନିନ୍ଦିତ ଦାସ ପ୍ରମୁଖ ସହଯୋଗ ଉପସ୍ଥିତ ଥିଲେ ।