ଶବ ସକ୍ରାର ପାଇଁ ମିଳୁନି ସରକାରୀ ସହାୟତା ରାଶି

 ଜଟଣୀ : ଜଟଣୀ ପୌରାଞ୍ଚଳରେ କେହି ଆର୍ଥିକ ଅନଗ୍ରସର ବ୍ୟକ୍ତିବିଶେଷଙ୍କ ଦେହାନ୍ତ ଘଟିଲେ ସଙ୍ଗେସଙ୍ଗେ ମିଳୁନାହିଁ ହରିଶ୍ଚନ୍ଦ୍ର ଯୋଜନାରେ ମିଳୁଥିବା ସହାୟତା ରାଶି । ଯାହାକୁ ନେଇ ଗରିବ ଗୁରୁବା ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ସାଧାରଣରେ ଅଭିଯୋଗ ହେଉଛି । ଏହିପରି ଏକ ସଦ୍ୟ ଉଦାହରଣକୁ ଅବଲୋକନ କଲେ ଦେଖାଯାଇଛି ପୌରାଞ୍ଚଳ ଅନ୍ତର୍ଗତ ୱାର୍ଡ ନଂ ୨୨ରେ ଥିବା କୁଷ୍ଠ କଲୋନୀର ଜଣେ ଅତି ଗରିବ ବୃଦ୍ଧ ଜୟକୃଷ୍ଣ ଦାସଙ୍କର ଦେହାନ୍ତ ହେଲା ପରେ ତାଙ୍କର ଶବ ସକ୍ରାର ନିକଟସ୍ଥ ମଶାଣିରେ କରାଗଲା, କିନ୍ତୁ ଦୁଃଖର କଥା ତାଙ୍କ ପରିବାରଙ୍କୁ ସାଙ୍ଗେ ସାଙ୍ଗେ ଶବ ସକ୍ରାର କରିବା ପାଇଁ ସରକାରଙ୍କ ତରଫରୁ କୌଣସି ଅର୍ଥ ମିଳିଲା ନାହିଁ । ସେହିଭଳି କିଛିଦିନ ତଳେ ସେହି ଅଞ୍ଚଳରେ ରୀତା ମହାକୁଡ଼ ନାମ୍ନୀ ବୃଦ୍ଧାଙ୍କର ମୃତୁ୍ୟ ହେବାପରେ ପୌରକାର୍ଯ୍ୟାଳୟକୁ ସାହାଯ୍ୟ ପାଇଁ ନିବେଦନ କରାଯାଇଥିଲେ ହେଁ ଆଇନର ନୀତିନିୟମ ୌଡ଼ରେ ନିବେଦକ ମାନେ ନିରାଶ ହୋଇ ନିଜନିଜ ମଧ୍ୟରେ ଓ ସ୍ଥାନୀୟ କାଉନସିଲରଙ୍କ ସହାୟତାରେ ଶବ ସକôାର କରାଯାଇଥିଲା କ୍ଷ ତେବେ ଏଠାରେ ପ୍ରଶ୍ନ ଉଠୁଛି କି ସରକାରଙ୍କର ହରିଶ୍ଚନ୍ଦ୍ର ଯୋଜନା ରେ ଶବ ସକôାର କରିବା ପାଇଁ ୪ ଦଜାର ଟଙ୍କା ଅର୍ଥ ରାଶି ରହିଅଛି । ମୃତ ବ୍ୟକ୍ତିଙ୍କର ପରିଜନ ଆବେଦନ କରିବାରେ ଟଙ୍କା ମିଳିବା ବେଳକୁ ସେତେବେଳକୁ ମୃତ ବ୍ୟକ୍ତିଙ୍କର ସୁଧଘର କାର୍ଯ୍ୟ ମଧ୍ୟ ସରିଯାଇ ଥାଏ,ସେ ଟଙ୍କା ସକôାର କାମରେ ଆସେ ନାହିଁ ।ଯାହାକି ଯୋଜନାର ମୁଖ୍ୟ ଉଦେ୍ଦଶ୍ୟ ପୂରଣ ହୁଏନାହିଁ ବୋଲି ପ୍ରଶ୍ନ ଉଠାଇଛନ୍ତି ସମାଜସେବୀ ଲୁସେନ ରାୟ । ଏହି ମର୍ମରେ ଏହି ଯୋଜନାରେ କିଛିଟା ନିୟମ ପରିବର୍ତ୍ତନ କରି ଆବେଦନକାରୀଙ୍କୁ ତକ୍ରାଳ ହରିଶ୍ଚନ୍ଦ୍ର ରାଶି ପ୍ରଦାନ କରିବାକୁ ସରକାର ଉଚିତ ପଦକ୍ଷେପ ଗ୍ରହଣ କରିବାପାଇଁ ସାଧାରଣରେ ଦାବି ହେଉଛି ।