ଶାନ୍ତି ଶକ୍ତି ଭବନରେ ସ୍ମୃତି ଦିବସ
ଆସିକା: ସ୍ଥାନୀୟ ପ୍ରଜାପିତା ବ୍ରହ୍ମକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ସ୍ଥାନୀୟ ସେବା କେନ୍ଦ୍ର ଶାନ୍ତି ଶକ୍ତି ଭବନରେ ଇଶ୍ୱରୀୟ ବିଶ୍ୱବିଦ୍ୟାଳୟର ସଂସ୍ଥାପକ ପ୍ରଜାପିତା ବ୍ରହ୍ମା ବାବାଙ୍କ ୫୬ତମ ଅବ୍ୟକ୍ତ ସ୍ମୃତି ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଶାନ୍ତି ଶକ୍ତି ଭବନ ସଞ୍ଚାଳିକା ରାଜ ଯୋଗିନୀ ବ୍ରହ୍ମାକୁମାରୀ ପ୍ରଭାତୀ ପ୍ରକାଶ କରିଥିଲେ ଯେ, ପ୍ରଜାପିତା ବ୍ରହ୍ମାକୁମାରୀ ଇଶ୍ୱରୀୟ ବିଶ୍ୱବିଦ୍ୟାଳୟର ସଂସ୍ଥାପକ ଯଜ୍ଞପିତା ପ୍ରଜାପିତା ବ୍ରହ୍ମାବାବା ଅବିଭକ୍ତ ଭାରତ ଭୂମିରେ ମାତା ଓ ଭଉଣୀଙ୍କୁ ନେଇ ଯେଉଁ ଆଧ୍ୟାତ୍ମିକ ସେନା ଗଠନ କରିଥିଲେ । ତାହା ଆଜି ବିଶ୍ୱରେ ଆଧ୍ୟାତ୍ମିକ କ୍ରାନ୍ତି ଆଣିବା ସହିତ ଶାନ୍ତି ଓ ସଦ୍ଭାବନା ପ୍ରତିଷ୍ଠା କରିବା ପାଇଁ ଯେଉଁ ଉଦ୍ୟମ କରୁଛି ତାହା ଆଜି ବିଶ୍ୱରେ ଅଦ୍ୱିତୀୟ । ଇଶ୍ୱରୀୟ ବିଦ୍ୟାଳୟର ରାଜଯୋଗ ଶିକ୍ଷା ବିଶ୍ୱ ଆଦୃତ ହୋଇପାରିଥିବା ବେଳେ ବିଶ୍ୱର କୋଟି କୋଟି ଜନତାଙ୍କୁ ସକାରାତ୍ମକ ଜୀବନଶୈଳୀର ଶିକ୍ଷା ଦେଉଛି ବୋଲି ବର୍ଣ୍ଣନା କରିଥିଲେ । କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଆସିକା ସୁଗାର ଇଣ୍ଡଷ୍ଟ୍ରୀର ପରିଚାଳନା ନିଦେ୍ର୍ଦଶକ ଡା ସୁଶାନ୍ତ ପଣ୍ଡା, ଟିପିଏସ୍ଓଡିଏଲ ଏସ୍ଡିଓ ଜୀତେନ୍ଦ୍ର ସିଂ, ସବ ଟ୍ରେଜେରୀ ଅଫିସର ଜନ୍ମେଜୟ ସେଠୀ, ଆସ୍କା ମ୍ୟାକ ମାଇକେଲ ସଂସ୍କୃତ ଉଚ୍ଚÿ ବିଦ୍ୟାଳୟର ଅଧ୍ୟକ୍ଷ ଅଶ୍ୱିନୀ ଦାସଙ୍କ ସହିତ ସହର ବହୁ ବୁଦ୍ଧିଜୀବୀ ବିଭିନ୍ନ ଗଣମାଧ୍ୟମ ପ୍ରତିନିଧି ଯୋଗଦେଇ ବ୍ରହ୍ମାବାବାଙ୍କ କରକମଳରେ ବିଶ୍ୱ ନବନିର୍ମାଣ ଉଦେ୍ଦଷ୍ୟରେ ପରିଚାଳିତ ବହୁମୂଖୀ ଈଶ୍ୱରୀୟ ସେବାର ଉତ୍ତରୋତ୍ତର ଉନ୍ନତି କାମନା କରିବା ସହିତ ଯଜ୍ଞ ପିତାଙ୍କ ସ୍ମୃତି ସ୍ତମ୍ଭରେ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ । ବ୍ରହ୍ମାକୁମାର ସତ୍ୟପ୍ରିୟ କାର୍ଯ୍ୟକ୍ରମ ସଂଯୋଜନା କରିଥିବାବେଳେ ବ୍ରହ୍ମାକୁମାରୀ ସୁଜ୍ଞାନୀ ସହଜ ରାଜଯୋଗ ଅଭ୍ୟାସ କରାଇଥିଲେ । କାର୍ଯ୍ୟକ୍ରମରେ ଆସ୍କା, କବିସୂର୍ଯ୍ୟନଗର, ଧରାକୋଟ,ପାଟପୁର, ଗହଙ୍ଗୁ, ପିତ୍ତଳ, ହାତୀଓଟ, ବକ୍ଷଲି ସିରା, କେନ୍ଦୁପଦର, ନୁଆଗାଁ, ଭେଟନଇ , ଭେଜପୁଟ, ଆମ୍ବପୁଆ ଆଦି ଇଶ୍ୱରୀୟ ବିଶ୍ୱବିଦ୍ୟାଳୟର ଶତାଧିକ ଭଉଣୀ ଭାଇ ଯୋଗ ଦେଇଥିଲେ ।