ଶିକ୍ଷାକର୍ମୀଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

 ରାଜକନିକା : ରାଜକନିକା ବ୍ଲକ ଅନ୍ତର୍ଗତ ବରୁଣା ନୋଡାଲ ହାଇସ୍କୁଲ ସହ ଶିକ୍ଷା କର୍ମୀ ଅକ୍ରୁର ଚରଣ ରାଉତ ଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି,ବିଦ୍ୟାଳୟ ର ପ୍ରଧାନଶିକ୍ଷକ ଅନୁରାଗ ସାମଲ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ମୁଖ୍ୟ ଅତିଥି ରୂପେ ମଣ୍ଡଳ ଶିକ୍ଷା ଅଧିକାରୀ ଙ୍କ ବଡ ବାବୁ ବନମାଳୀ ନାୟକ,ମୁଖ୍ୟ ବକ୍ତା ରୂପେ ଏବିଇଓ କୈଳାସ ଚନ୍ଦ୍ର ସାହୁ, ସଂମ୍ମାନିତ ଅତିଥି ରୂପେ ସହକାରି ବିଜ୍ଞାନ ଶିକ୍ଷକ ଉମାକାନ୍ତ ନାୟକ, ବରୁଣା ଗ୍ରାମପଞ୍ଚାୟତ ର ସରପଞ୍ଚ ଯଶୋମତୀ ବେହେରା, ସମିତି ସଭ୍ୟ ଗୌତମ ବାରିକ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ମଧୁସ୍ମିତା ବିଶ୍ୱାଳ, ମୋ ସ୍କୁଲ ସଭାପତି କିଶୋର କୁମାର ବାରିକ ଙ୍କ ସମେତ ୫ ଟି ବିଦ୍ୟାଳୟ ର ଶିକ୍ଷକ, ଶିକ୍ଷୟତ୍ରୀ ଓ ବିଦ୍ୟାଳୟ ର ପୂର୍ବତନ ଅବସର ପ୍ରାପ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ଯୋଗ ଦେଇଥିଲେ. ଶିକ୍ଷକ ସୁରେଶ ଚନ୍ଦ୍ର ପରିଡା ମାନପତ୍ର ପାଠ କରିଥିବା ବେଳେ ରାମ କୃଷ୍ଣ ଦାସ ସ୍ୱାଗତ ଭାଷଣ ଦେଇଥିଲେ, ଶିକ୍ଷୟତ୍ରୀ ଦୀପାଞ୍ଜଳି ସାହୁ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଶିକ୍ଷୟତ୍ରୀ ତନୁଶ୍ରୀ ଦାସ ଧନ୍ୟବାଦ ଅର୍ପଣ କରିଥିଲେ.ସହ ଶିକ୍ଷା କର୍ମୀ ଅକ୍ରୁର ଚରଣ ରାଉତ, ଜଣେ ସଚୋଟ, ଦକ୍ଷ, କର୍ମଚାରୀ ଥିଲେ, ବରୁଣା ନୋଡାଲ ଉଚ୍ଚ ବିଦ୍ୟାଳୟର ନବ କଳେବର ରେ ତାଙ୍କର ଭୂମିକା କୁ କେହି ଭୁଲି ପାରିବେ ନାହିଁ. ଶେଷରେ ବିଦ୍ୟାଳୟ ର ଶିକ୍ଷକ, ଶିକ୍ଷୟତ୍ରୀ, ଛାତ୍ର, ଛାତ୍ରୀ, ଗ୍ରାମବାସୀ, ଓ ପୂର୍ବତନ ଛାତ୍ର ଛାତ୍ରୀ ବିରାଟ ଶୋଭାଯାତ୍ରା ରେ ଅବସର ପ୍ରାପ୍ତ ଶିକ୍ଷା ସହ କର୍ମୀ ଅକ୍ରୁର ଚରଣ ରାଉତ ଙ୍କୁ ଗ୍ରାମ ପରିକ୍ରମା କରି ତାଙ୍କ ବାସ ଭବନ ରେ ଛାଡି ଆସିଥିଲେ  ।