ଶିକ୍ଷା ଓ ସମାଜ ଉପରେ ଆଲୋଚନାଚକ୍ର 

 କେନ୍ଦ୍ରାପଡ଼ା:  ତୁଳସୀ ମହିଳା କଲେଜରେ ସମାଜ ବିଜ୍ଞାନ ବିଭାଗ ଆନୁକୂଲ୍ୟରେ ଅଧ୍ୟକ୍ଷ ପ୍ରଫେସର୍ ରଞ୍ଜିତ୍ ରଞ୍ଜନ ସାହୁଙ୍କ ପୌରହିତ୍ୟରେ ‘ଓଡିଶାରେ ଶିକ୍ଷା ଓ ସମାଜ’ ଶୀର୍ଷକ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ରେଭେନ୍ସା ବିଶ୍ୱ ବିଦ୍ୟାଳୟର ସମାଜ ବିଜ୍ଞାନ ବିଭାଗର ମୁଖ୍ୟ ପ୍ରଫେସର୍ ଡ଼ ବିକ୍ରମ କେଶରୀ ମିଶ୍ର ମୁଖ୍ୟ ସଂଳାପକ ଭାବେ ଯୋଗଦେଇଥିଲେ । ବିଭାଗୀୟ ମୁଖ୍ୟ ଡ. ମଥୁରୀ ଚରଣ ନାୟକ ଅତିଥି ପରିଚୟ ରଖିଥିଲେ । କଲେଜ ପ୍ରଶାସନିକ ଅଧିକାରୀ ପ୍ରଫେସର ଜ୍ୟୋତ୍ସ୍ନାମୟୀ ପତି ନୈତିୀକ ଶିକ୍ଷାରେ ପରିବାରର ଭୂମିକା ଉପରେ ଆଲୋକପାତ କରିଥିଲେ । ଅଧ୍ୟାପିକା ଡ. ସୁଜାତା ଭଟ୍ଟ କାର୍ଯ୍ୟକ୍ରମ ଉପସ୍ଥାପନା କରିଥିଲେ । ଅଧ୍ୟାପିକା ବିଜୟଲକ୍ଷ୍ମୀ ଜେନା ଧନ୍ୟବାଦ ପ୍ରସ୍ତାବ ରଖିଥିଲେ । ଏହି କାର୍ଯ୍ୟକ୍ରମରେ ଶତାଧିକ ସମାଜ ବିଜ୍ଞାନ ଓ ଶିକ୍ଷା ବିଭାଗର ଛାତ୍ରୀ, ଅଧ୍ୟାପିକା ଓ ଅଧ୍ୟାପକ ଅଂଶଗ୍ରହଣ କରିଥିଲେ ।