ଶିଶୁଙ୍କୁ ବିଭିନ୍ନ ଯୋଜନାରେ ସାମିଲ କରିବା ପାଇଁ ପ୍ରଶିକ୍ଷଣ  : ପ୍ରତ୍ୟେକ ଶିଶୁ ଆତ୍ମନିର୍ଭରଶୀଳ ହେବା ସହ କୌଶଳ ଜ୍ଞାନ ଆହୋରଣ କରିବା ଉଚିତ

 ଭଦ୍ରକ: ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ତରଫରୁ ଆୟୋଜିତ ଦ୍ୱିତୀୟ ଦିବସର ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଜିଲ୍ଲା ପୁଲିସ ସଭାଗୃହ ପରିସରରେ ସ୍ୱତନ୍ତ୍ର କିଶୋର ପୁଲିସ ୟୁନିଟର ଭାରପ୍ରାପ୍ତ  ଅଧ୍ୟକ୍ଷ ସତ୍ୟ କୁମାର ନନ୍ଦଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । 
ପ୍ରାରମ୍ଭରେ ଶିଶୁ ସୁରକ୍ଷା ୟୁନିଟର ଆଇନ ପ୍ରୋବେସନ ଅଧିକାରୀ ସୁବ୍ରତ ଦାସଙ୍କ ମଞ୍ଚ ପରିଚାଳନାରେ  ଶିଶୁ ସୁରକ୍ଷା ଅଧିକାରୀ ଅବିନାଶ ମହାନ୍ତି, ବିଷୟ ବିଶାରଦ ଭାବେ ସଂଯୋଗ, କଟକର ନିଦେ୍ର୍ଦଶକ ପ୍ରଶାନ୍ତ କୁମାର ପାଲଟା ସିଂ, ଜନ ଶିକ୍ଷଣ ସଂସ୍ଥାନର ସଂଯୋଜକ ମିଲୁ ମହାନ୍ତି, ଜିଲ୍ଲା କର୍ମନିୟୋଜକ ସଂସ୍ଥାରୁ ଭିନିତ୍ ଶେଖର ଓ ପରାମର୍ଶଦାତ୍ରୀ ପ୍ରମୁଖ ଯୋଗଦାନ କରିଥିଲେ । କର୍ମଶାଳାରେ ଶିଶୁ ମାନଙ୍କୁ ମିଶନ ବାସôଲ୍ୟ ଯୋଜନା ଅନ୍ତର୍ଗତ ଅଣ-ଆନୁଷ୍ଠାନିକ ସେବା ଅର୍ନ୍ତଭୁକ୍ତ ବିଭିନ୍ନ ଯୋଜନାରେ ସାମିଲ କରି ତାଙ୍କୁ ଥଇଥାନ କରିବା ଦିଗରେ ଚେଷ୍ଟିତ ହେବାକୁ ପରାମର୍ଶ ଦିଆ ଯାଇଥିଲା । ବିଭିନ୍ନ ଧନ୍ଦାମୂଳକ ଶିକ୍ଷା ଓ ବୈଷୟିକ ଶିକ୍ଷା ନିମନ୍ତେ ଶିଶୁ ମାନଙ୍କୁ ସୁଯୋଗ ସୃଷ୍ଟିକରିବା ଉଚିତ୍ ବୋଲି ପ୍ରମୁଖ ବକ୍ତା ମାନେ ଉଦବୋଧନ ଦେଇଥିଲେ । ପ୍ରତ୍ୟେକ ଶିଶୁ ଆତ୍ମନିର୍ଭରଶୀଳ ହେବା ସହ କୌଶଳ ଜ୍ଞାନ ଆହୋରଣ କରିବା ଉଚିତ ବୋଲି କର୍ମଶାଳରେ ଆଲୋକପାତ କରାଯିବା ସହ ଚିତ୍ର ପ୍ରଦର୍ଶନ ମାଧ୍ୟମରେ ଅଂଶୀଦାର ସମୂହଙ୍କୁ ଅବଗତ କରାଯାଇଥିଲା । କର୍ମଶାଳାରେ ଶିଶୁ ମଙ୍ଗଳ ସମିତି ସମେତ ସମସ୍ତ ଥାନାରେ କାର୍ଯ୍ୟରତ ମହିଳା ଶିଶୁ ଡେସ୍କ ଅଫିସର, ଶିଶୁ ଅନୁଷ୍ଠାନ ର କର୍ମକର୍ତ୍ତା, ଚାଇଲ୍ଡ ଲାଇନର କର୍ମକର୍ତ୍ତା ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ, ପାରା ଲିଗାଲ କର୍ମୀ, ପ୍ୟାନେଲ ଆଇନଜୀବୀ ଅଂଶଗ୍ରହଣ କରିଥିଲେ । ଶିଶୁ ସୁରକ୍ଷା ୟୁନିଟ ଓ ଚାଇଲ୍ଡ ଲାଇନର ସମସ୍ତ କର୍ମକର୍ତ୍ତା ପରିଚାଳନାରେ ସହଯୋଗ କରିଥିଲେ । ଶିଶୁ ସୁରକ୍ଷାର ଅଣ-ଆନୁଷ୍ଠାନିକ ଅଧିକାରିଣୀ ସ୍ୱାଗତିକା ବାରିକ୍ଙ୍କ ଦ୍ୱାରା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଥିଲା ।