ଶିଶୁ ବିଦ୍ୟାମନ୍ଦିରରେ ମାତୃ ସମ୍ମିଳନୀ

ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ମାର୍କଣ୍ଡପୁରର ୩୪ତମ ମାତୃ ସମ୍ମିଳନୀ ପ୍ରଧାନଶିକ୍ଷକ ପର୍ଶୁରାମ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେକ୍ଷଇଯାଇଛି । ଅତିଥି ଶିକ୍ଷାବିତ କୁଞ୍ଜବିହାରୀ ଦାଶ, ଅବସରପ୍ରାପ୍ତ ପ୍ରଧାନଶିକ୍ଷକ କୃଷ୍ଣ ଚନ୍ଦ୍ର ମିଶ୍ର ଯୋଗଦେଇ ଶିଶୁ ଗଠନରେ ପିତାମାତାଙ୍କ ଭୂମିକା ସମ୍ପର୍କ ଆଲୋକ ପାତ କରିଥିଲେ । ବିଦ୍ୟାଳୟ ସଭାପତି ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ପୁରୁଷୋତମ ପ୍ରଧାନ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସମ୍ପାଦକ ପ୍ରଭାତ ବିଶ୍ୱାଳ ବାର୍ଷିକ ବିବରଣୀ ପ୍ରଦାନ କରିଥିଲେ । ଶିକ୍ଷାବର୍ଷ ୨୦୨୩-୨୪ ସରକାରୀ ବୃତି ପାଇଥିବା ପଞ୍ଚମ ଶ୍ରେଣୀର ୨ କୃତିଛାତ୍ର ଦିବ୍ୟଜ୍ୟୋତି ମିଶ୍ର, ରୁଦ୍ର ପ୍ରତାପ ଦାଶ ଏବଂ କ୍ରୀଡା କ୍ଷେତ୍ରରେ ଷ୍ଟେଟ ଲେଭଲକୁ ଯାଇଥିବା ବିଦ୍ୟାଳୟର ଛାତ୍ର ଦିବ୍ୟଲୋଚନ ସାମଲଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା । ଛାତ୍ରଛାତ୍ରୀଙ୍କ ଦ୍ୱରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବାବେଳେ କାର୍ଯ୍ୟକ୍ରମକୁ ବିଦ୍ୟାଳୟ ଆଚାର୍ଯ୍ୟ ଓ ଆଚାର୍ଯ୍ୟା ପରିଚାଳନା କରିଥିଲେ । ବିଦ୍ୟାଳୟର ଉପଦେଷ୍ଟା ମଣ୍ଡଳୀ ଶିକ୍ଷାବିତ ବିଜୟ ଜେନା, ଗୋବିନ୍ଦ ଚନ୍ଦ୍ର ବିଶ୍ୱାଳ, ବିଦ୍ୟାଧର ପ୍ରଧାନ, ଧ୍ରୁବଚରଣ ସାହୁ ଯୋଗ ଦେଇଥିଲେ ।