ଶ୍ରମିକ ସଂଘ ସହ ପ୍ରଫୁଲ ଘଢେଇଙ୍କ ଆଲୋଚନା
କୁହିକା: ନିର୍ବାଚନ ପରବର୍ତ୍ତି ସମୟରେ କାଳିଆପାଣି ଖଣି ଅଂଚଳରେ ଶ୍ରମିକକୁ ନେଇ ରାଜନୀତି ସରଗରମ ହୋଇଥିଲା । ଘଡ଼ାଇ ପିତା-ପୁୁତ୍ର ପରିଚାଳିକ ଶ୍ରମିକ ସଂଗଠନକୁ ସମ୍ମୁଖ ହେବାକୁ ଆଉ ଏକ ସଂଗଠନ ମୁଣ୍ଡ ଟେକିବା ଆରମ୍ଭ କରିଛି । ଖଣି ଅଂଚଳରେ ଏସଆରସିକେଏମ୍ଏସ ଶ୍ରମିକ ସଂଗଠନକୁ ଦୁର୍ବଳ କରିବାକୁ ଅଭିଯାନ ଚାଲିଥିବା ବେଳେ ସଂଘରେ ଏକତା ରଖିବାକୁ ସଂଘର ଉପଦେଷ୍ଟା ପ୍ରାକ୍ତନ ମନ୍ତ୍ରୀ ପ୍ରଫୁଲ ଚନ୍ଦ୍ର ଘଡ଼ାଇ ପରାମର୍ଶ ଦେଇଛନ୍ତି । ସଂଘର ପ୍ରତିଷ୍ଠାତା ଡ଼.ପ୍ରଫୁଲ୍ଲ ଚନ୍ଦ୍ର ଘଡାଇ ସୋମବାର ଖଣି ଅଂଚଳ ଗସ୍ତ କରି ଶ୍ରମିକ ମାନଙ୍କୁ ଭେଟି ଭଲମନ୍ଦ କଥା ବୁଝିଥିଲେ । ଏସଆରସିକେଏମ୍ଏସର କର୍ମକର୍ତ୍ତା ଓ ପ୍ରତ୍ୟେକ ଖଣି ୟୁନିୟନ ଲିଡରମାନଙ୍କ ଶହ ଭାବର ଆଦାନ ପ୍ରଦାନ କରିଥିଲେ । ଶ୍ରୀଯୁକ୍ତ ଘଡାଇ ତାଙ୍କ ଉଦବୋଧନରେ କହିଲେ ରାଜନୀତିର ଅନ୍ୟନାମ ଲୋକ ସେବା । ଲୋକଙ୍କ ହାନି ଲାଭରେ ରହି ଲୋକ ମାନଙ୍କ ସେବା କରିବା ଏକ ମାଧ୍ୟମ । ସମୟ ସ୍ରୋତରେ ଲୋକମାନେ ଦାହଗଞ୍ଜ ହୋଇସାରିଲାଣି, ପରିବର୍ତ୍ତନ ଦୁଃଖ ଦେଇଛି । ପେଟପୁରିନି କିନ୍ତୁ ମନ ପୁରିନି । ଶ୍ରମିକ ସଂଗଠନର ସାଧାରଣ ସମ୍ପାଦକ ଭରତ ଚନ୍ଦ୍ର ମହାନ୍ତ, ଉପସଭାପତି ପ୍ରଭାତ ରଞ୍ଜନ ପ୍ରଧାନ, ୩୭ ନମ୍ବର ଯୋନ୍ ଜିଲାପରିଷଦ ଜେମା ଚାଖି, ବ୍ଲକ୍ ଅଧକ୍ଷ ଦିବ୍ୟରଞ୍ଜନ ବରାଳ, ସୁକିନ୍ଦା ବ୍ଲକ ବିଜେଡ଼ି ସଭାପତି ବିବେକାନନ୍ଦ ବୋଷ, ଅଜୟ କୁମାର ନାୟକ, ବିଶ୍ୱଜିତ୍ ମହାନ୍ତି, ବୈକୁଣ୍ଠ ମହାନ୍ତ, ସମାଜସେବୀ ଆଶିଷ କୁମାର ଜେନା, ସରପଂଚ ବିକାଶ ପାତ୍ର, ନିମଳେନ୍ଦୁ ବେହୁରା, କାଙ୍କଡ଼ପାଳ ସରପଂଚ ସଞ୍ଜୟ ପରିଡ଼ା, ପିମ୍ପୁଡ଼ିଆ ସମିତିସଭ୍ୟା ପଙ୍କଜିନୀ ମହାନ୍ତଙ୍କ ସହ ଶତାଧିକ କର୍ମୀ ଉପସ୍ଥିତ ଥିଲେ ।