ଶ୍ରମ ବିଭାଗର ଦୁଇ ଅଧିକାରୀଙ୍କୁ ସମ୍ବର୍ଦ୍ଧନା
ବ୍ୟାସନଗର : ଯୁଗ୍ମଶ୍ରମ ଆୟୁକ୍ତ କାର୍ଯ୍ୟାଳୟରେ କାର୍ଯ୍ୟରତ ସହକାରୀ ଶ୍ରମ ଅଧିକାରୀ ସଞ୍ଜିତ୍ କୁମାର ଦେଓ ଏବଂ ସୁନନ୍ଦା ବିଶ୍ୱାଳଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି । ଶ୍ରମିକ ନେତା ଦୁଷ୍ମନ୍ତ କୁମାର ରାଉତଙ୍କ ଆବାହକତ୍ୱରେ ଅନୁଷ୍ଠିତ ସମ୍ବର୍ଦ୍ଧନା କାର୍ଯ୍ୟକମରେ ଶ୍ରମ ବିଭାଗର ଯୁଗ୍ମ ଆୟୁକ୍ତ ଶିବଶଙ୍କର ମିଶ୍ର, ପ୍ରଭାଗୀୟ ଆୟୁକ୍ତ ସତ୍ୟନାରାୟଣ ଆଚାର୍ଯ୍ୟ, ଜିଲାଶ୍ରମ ଅଧିକାରୀ ସୁଧିର କୁମାର ସାହୁ ପ୍ରମୁଖ ଉପସ୍ଥିତ ରହି ବଦଳି ହୋଇଥିବା ଦୁଇ ଅଧିକାରୀଙ୍କୁ ଉତରୀୟ, ପୁଷ୍ପଗୁଚ୍ଛ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସିଟୁର ଯାଜପୁର ଜିଲା ସଭାପତି ପ୍ରଫୁଲ୍ଲ ନାୟକ, ଶ୍ରମିକ ନେତା ପରମାନନ୍ଦ ସେଠୀ, ଅରୁଣ କୁମାର ଦାସ, ହେମନ୍ତ ରଥ, ବିଦ୍ୟାଧର ଜେନା, ଉଦୟବଟର ସାଧାରଣ ପରିଚାଳକ ଅନୂପ କୁମାର ଦାସ, ଶୁଭାଶିଷ ଦାସମହାପାତ୍ର, ଅଭିମନୁ୍ୟ ବିଶ୍ୱାଳ, ଦୁଷ୍ମନ୍ତ ମଳିକ ପ୍ରମୁଖ ଯୋଗ ଦେଇଥିଲେ । ସୂଚନା ଯୋଗ୍ୟ, ଶ୍ରୀଯୁକ୍ତ ଦେଓ ବିଭାଗର ଯାବତୀୟ କାର୍ଯ୍ୟକୁ ସୁସଂପାଦନ କରି ବିଭାଗରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟିକରି ପାରିଥିବା ବେଳେ ଶ୍ରମତୀ ବିଶ୍ୱାଳ ସବୁବେଳେ କର୍ମଚଂଚଳ ରହି ବହୁକାର୍ଯ୍ୟର ସୁଷମ ସମାଧାନ କରୁଥିଲେ । ଶ୍ରମତୀ ବିଶ୍ୱାଳଙ୍କ ଶ୍ରମକ ମିଶନରଙ୍କ କାର୍ଯ୍ୟାଳୟକୁ ବଦଳି ହୋଇଥିବା ବେଳେ ଶ୍ରୀଯୁକ୍ତ ଦେଓଙ୍କ ଗଞ୍ଜାମ ଜିଲାର ବ୍ରହ୍ମପୁର ସ୍ଥିତଶ୍ରମ ଦପ୍ତରକୁ ବଦଳି ହୋଇଛି ।