ଶ୍ରୀମନ୍ଦିର ପାଣ୍ଠିକୁ ଆସିଲା ୫୦୦କୋଟି 

 ପୁରୀ : ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଦତ୍ତ ୫୦୦ କୋଟି ଟଙ୍କାର କର୍ପସ ପାଣ୍ଠି ଶ୍ରୀମନ୍ଦିର ପ୍ରଶାସନର ହସ୍ତଗତ ହୋଇଛି । ମହାପ୍ରଭୁଙ୍କ ନୀତିକାନ୍ତି, ଶ୍ରୀମନ୍ଦିରର ବିଭିନ୍ନ ପ୍ରକଳ୍ପ ଗୁଡ଼ିକର ପରିଚାଳନା ସହ ଜଗନ୍ନାଥ ପ୍ରେମୀ ଭକ୍ତଙ୍କ ସୁବିଧାସୁଯୋଗ ଉଦେ୍ଦଶ୍ୟରେ ଏହି କର୍ପସ ଜମା ପ୍ରଦାନ କରିବା ପାଇଁ ଗତବର୍ଷ ଶାସନକୁ ଆସିବା ମାତ୍ରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ ଓ କ୍ୟାବିନେଟ୍ ବୈଠକରେ ହିଁ ପ୍ରସ୍ତାବଟି ପାରିତ ହୋଇଥିଲା । ବଜେଟରେ ବ୍ୟବସ୍ଥା ହେବା ପରେ ଏବେ ବିଧିବଦ୍ଧ ଭାବେ ଏହି ପାଣ୍ଠି ଶ୍ରୀମନ୍ଦିର ପିଏଲ୍ଆକାଉଣ୍ଟକୁ ପ୍ରଦାନ କରାଯାଇଅଛି । ଏଥିସକାଶେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରାଜ୍ୟ ସରକାରଙ୍କୁ ଗଭୀର କୃତଜ୍ଞତା ଜ୍ଞାପନ କରିଛନ୍ତି  ।