ଷୋଳମପୁର ବୌଦ୍ଧବିହାରରେ ବୁଦ୍ଧଜୟନ୍ତୀ
ଭଣ୍ଡାରିପୋଖରୀ: ଭଣ୍ଡାରିପୋଖରୀ ବ୍ଲକ ଷୋଳମପୁର ବୌଦ୍ଧବିହାର ପରିସରରେ ବୁଦ୍ଧ ଜୟନ୍ତୀ ସୋମବାର ପାଳନ ହୋଇଯାଇଛି । ବୌଦ୍ଧବିବହାର ଓ ରଘୁନାଥଜୀଉ ଟ୍ରଷ୍ଟବୋର୍ଡ ଆନୁକୂଲ୍ୟରେ ବୌଦ୍ଧବିହାର ପରିସରରେ ଇନଟାକ ସଦସ୍ୟ ତଥା ଗବେଷକ ବିଶ୍ୱମ୍ଭର ରାଉତ ସଂଚାଳନାରେ ଆୟୋଜିତ ଉସôବରେ ବାଙ୍ଗାଲୋର ମହାବୋଧି ସୋସାଇଟିର ଲୋକାଶାନ୍ତି ମହାବିହାର ଭନ୍ତେ ୟାସ, ଭନ୍ତେ ଆନନ୍ଦ ମିତ୍ର, ଅଧ୍ୟାପକ ଉମାକାନ୍ତ ମହାଳିକ, ଅଧ୍ୟାପକ ଶ୍ୟାମାଶଙ୍କର ଦାଶ, ଭାନ୍ତେ ଡ. ଅବିନାଶ କୁମାର, ଡ. ସୌଭାଗ୍ୟ ଜେନା, ସନ୍ତୋଷ ପେରେଇ, ଅଜୟ ମହାଳିକ, ରମାକାନ୍ତ ମଲ୍ଳିକ, ଅଧ୍ୟାପକ ଅନାଦି ଚରଣ ସାହୁ, କବି ଦାମୋଦର ନାୟକ, ସମାଜସେବୀ ଶରତ ଜେନା, ଘନଶ୍ୟାମ ପଲାଇ ଯୋଗଦେଇ ବୁଦ୍ଧଦେବଙ୍କ ଜନ୍ମ, ବୌଦ୍ଧତ୍ୱପ୍ରାପ୍ତି ଓ ମହାନିର୍ବାଣ ସମନ୍ୱୟର ତିଥି ବୁଦ୍ଧପୂର୍ଣ୍ଣିମାର ତାତ୍ପର୍ଯ୍ୟ ସମ୍ପର୍କରେ ବକ୍ତବ୍ୟ ରଖିବା ସହ ଷୋଳମପୁର ବୌଦ୍ଧ ମହାବିହାର ବିକାଶ ସମ୍ପର୍କରେ ଆଲୋଚା କରିଥିଲେ । ପ୍ରାରମ୍ଭରେ ପୂଜକ ଉମାକାନ୍ତ ପଣ୍ଡା ରଘୁନାଥଜୀଉ ଓ ମନ୍ଦିର ଚତୁଃପାଶ୍ୱର୍ରେ ଥିବା ବୁଦ୍ଧମସ୍ତକ, ବୌଦ୍ଧଦେବୀ ତାରା, ମଞ୍ଜୁଶ୍ରୀ, ଅଷ୍ଟମହାଶ୍ଚର୍ଯ୍ୟ ମୂର୍ତ୍ତି, ଧ୍ୟାନୀବୁଦ୍ଧ, ଉଗ୍ରତାରା ମୂର୍ତ୍ତିରେ ପୂଜାର୍ଚ୍ଚନା କରିଥିଲେ । ଏହି ଅବସରରେ ସ୍ଥାନୀୟ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବୁଦ୍ଧଦେବଙ୍କ ଚିତ୍ର ପ୍ରତିଯୋଗୀତା ଅନୁଷ୍ଠିତ ହୋଇ ପ୍ରତିଯୋଗୀ ଲକ୍ଷ୍ମୀପ୍ରିୟା ରାଉତଙ୍କୁ ପୁରସ୍କୃତ କରାଯାଇଥିଲା । ଟ୍ରଷ୍ଟି କମଳାକାନ୍ତ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ନରହରି ରାୟ, ବିଶ୍ୱରଞ୍ଜନ ଜେନା, ଚନ୍ଦ୍ରକାନ୍ତ ନାୟକ, ଶ୍ରୀଧର ନାୟକ, ଉମାକାନ୍ତ ନାୟକ ପ୍ରମୁଖ ଉସôବ ପରିଚାଳନାରେ ସହଯୋଗ କରିଥିଲେ ।