ସମସ୍ତେ ପାଳିଲେ ଜାଗର, ଜାଳିଲେ ଦୀପ
ବ୍ୟାସନଗର: ପବିତ୍ର ଜାଗର ବା ମହାଶିବ ରାତ୍ରୀ ପୁରପଲ୍ଲୀରୁ ଆରମ୍ଭ କରି ସହରାଂଚଳରେ ମହାଆଡ଼ମ୍ବରରେ ପାଳିତ ହୋଇଛି । ଜାଗର ପାଇଁ ସମସ୍ତ ଶୈବପୀଠ ହେୋଇପଡ଼ିଥିଲା ଚଳଚଂଚଳା ସକାଳୁ ସକାଳୁ ଶୈବପୀଠ ଗୁଡିକରେ ଲାଗିଥିଲା ଶ୍ରଦ୍ଧାଳୁଙ୍କ ଭିଡ ସବୁଠି ପୂଜ୍ଜାର୍ଚ୍ଚନା ପରେ ନାମ ସଙ୍ର୍କିତନ, ଭଜନ ଆଉ କୀର୍ତନ । ବ୍ୟାସନଗର ପୈାରାଂଚଳର ସମସ୍ତ ଶୈବପୀଠରେ ପହଁଚି ଶ୍ରଦ୍ଧାଳୁ ଜାଗର ଓଷା ପାଳିଥିବା ବେଳେ ରାତିରେ ଉଜାଗର ହୋଇ ଜାଳିଥିଲେ ଦୀପ ।
ପାଣିକୋଇଲି: ମୂଳାପାଳ ସ୍ଥିତ ପ୍ରସିଦ୍ଧ ଶୈବପୀଠ ବାବା ଲିଙ୍ଗେଶ୍ୱର ପୀଠରେ ମହାଶିବରାତ୍ରୀ ପାଲନ ଅବସରରେ ଭକ୍ତମାନେ ଉପବାସରେ ବସିରହିଥିଲେ । ଦୀପ ଜାଳି ପ୍ରଭୁଙ୍କୁ ଡାକିବା ସହ ମହାଦୀପ ଉଠିବାକୁ ଅପେକ୍ଷା କରିଥିଲେ । ବାବା ଲିଙ୍ଗେଶ୍ୱରଙ୍କୁ ସୁନା ମୁକୁଟରେ ବିଭୂଷିତ କରାଯାଇଥିଲା । ଉନ୍ନୟନ କମିଟି ପକ୍ଷରୁ ଭକ୍ତ ମାନଙ୍କ ପାଇଁ ସମୂହ ଭୋଗ ବଂଟନ ବ୍ୟବସ୍ଥା କରାଯାଇଥିଲା । ରାତ୍ରୀ ୧୨ଟାରେ ମହାଦୀପ ଉଠିଥିଲା ।
ଧର୍ମଶାଳା: ଧର୍ମଶାଳା ବ୍ଲକ ମିର୍ଜାପୁର ପଂଚାୟତ ସାଲେପୁର ଗ୍ରାମରେ ଥିବା ଶୈବପୀଠ ସ୍ୱପ୍ନେଶ୍ୱର ମନ୍ଦିରରେ ମହାଶିବରାତ୍ରୀ ଭକ୍ତି ଓ ନିଷ୍ଠାର ସହିତ ପାଳିତ ହୋଇଯାଇଛି । ପୂର୍ବାହ୍ନରେ ସ୍ଥାନୀୟ ଅଂଚଳର ଅଧିବାସୀ ମନ୍ଦିର ଦର୍ଶନ କରିବା ସହ ପୂଜା ଅର୍ଚ୍ଚନା କରିଥିଲେ । ପଣ୍ଡିତ ରବିନ୍ଦ୍ର ଦାଶ ପୂଜାକାର୍ଯ୍ୟ ସମ୍ପାଦନ କରିଥିବା ବେଳେ ବିନୋଦ ପତି ଓ ବିନୋଦ ପଣ୍ଡା ପୂଜାକାର୍ଯ୍ୟରେ ସହଯୋଗ କରିଥିଲେ । ସନ୍ଧ୍ୟାରେ ହରିବୋଲ ହୁଳହୁଳି ମଧ୍ୟରେ ମହାଦୀପ ଉଠିଥିଲା । ପ୍ରଶିଦ୍ଧ ଗୋକର୍ଣେଶ୍ୱର ମନ୍ଦିରରେ ମହାଦେବଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ମନ୍ଦିର ଟ୍ରଷ୍ଟ ପରିଚାଳନା କମିଟି ଓ ପୁଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ପୌରାଣିକ ମହତ୍ୱ ବହନ କରୁଥିବା ଗୋକର୍ଣ୍ଣେଶ୍ୱର ଶୈବପୀଠରେ ପ୍ରତିବର୍ଷ ପରି ମହାଦେବଙ୍କ ଦର୍ଶନ ଲାଗି ଆଜି ସକାଳୁ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ ଲାଗିରହିଥିଲା । ମହାଦୀପ ଉଠିବା ଦେଖିବା ଲାଗି ବିଳମ୍ବିତ ରାତି ପର୍ଯ୍ୟନ୍ତ ଶ୍ରଦ୍ଧାଳୁମାନେ ଉପବାସରେ ରହି ଅପେକ୍ଷା କରିରହିଥିଲେ । ଜାରକାସ୍ଥିତ ତ୍ରିନାଥେଶ୍ୱର ମନ୍ଦିର, ଜାରକା ଟ୍ୟାକ୍ସିଷ୍ଟାଣ୍ଡ ନିକଟସ୍ଥ ଚନ୍ଦନେଶ୍ୱର, କୋତପୁରସ୍ଥିତ ବୁଦ୍ଧଲିଙ୍ଗ ମହାଦେବ ମନ୍ଦିର, ଅଭୟପୁରସ୍ଥିତ ଜ୍ଞାନେଶ୍ୱର ମନ୍ଦିର, ମିର୍ଜାପୁରସ୍ଥିତ ପାଳେଶ୍ୱର ମନ୍ଦିର, ଚୋରମୁହାଁସ୍ଥିତ ନଣ୍ଡା ମହାଦେବ ମନ୍ଦିର, ଝାଡେଶ୍ୱର ମନ୍ଦିର, ମୁକ୍ତେଶ୍ୱର ମହାଦେବ ମନ୍ଦିର, ଗଙ୍ଗେଶ୍ୱର ମହାଦେବ, ଲୋକନାଥ ମହାଦେବ ମନ୍ଦିର, ପଲାରସ୍ଥିତ ମହାଦେବ ମନ୍ଦିର, ନୁଆଗାଁ ସ୍ଥିତ ଶିବ ମନ୍ଦିର ଓ ପଣ୍ଡୁଆସ୍ଥିତ ମହାଦେବ ମନ୍ଦିରରେ ମହାଶିବରାତ୍ରୀ ତଥା ଜାଗର ଯାତ୍ରାରେ ଶ୍ରଦ୍ଧାଳୁମାନଙ୍କ ଭିଡ ଲାଗିରହିଥିଲା ।
କୁଆଖିଆ: ରସୁଲପୁର ବ୍ଲକର ରାହାମ୍ବା ପଂଚାୟତ ଡିହକୁରାଂଶ ସ୍ଥିତ ପ୍ରସିଦ୍ଧ ଶ୍ରୀଶ୍ରୀ ଚନ୍ଦନେଶ୍ୱର ମହାଦେବଙ୍କ ପୀଠରେ ମହାସମାରୋହରେ ମହାଶିବରାତ୍ରି ପାଳିତ ହୋଇଯାଇଛି । ଏହି ଅବସରରେ ପ୍ରଭୂ ଚନ୍ଦନେଶ୍ୱର ଙ୍କ ପ୍ରତ୍ୟୁଷରୁ ମହାସ୍ନାନ,ମଙ୍ଗଳ ଆରତୀ. ଅଭିଷେକ ସହିତ ଅନ୍ୟାନ୍ୟ ଦେବନୀତି ଆରମ୍ଭ ହୋଇଥିଲା । ସକାଳ ୮ଟାରେ ମହାପ୍ରଭୁଙ୍କ ସୁନାବେଶ ଓ ୧୧ ଟାରେ ରୌପ୍ୟ ବେଶ ହୋଇଥିଲା । ସେହିପରି ଅନ୍ୟାନ୍ୟ ପାରମ୍ପରିକ ନୀତିକାନ୍ତି ପରେ ଅପରାହ୍ନ ୨ ଟାରେ ମହାପ୍ରଭୁଙ୍କ ରୁଦ୍ରରୁଦ୍ରାଣୀ ବେଶ, ୫ଟାରେ ଯୋଗୀବେଶ,ସନ୍ଧ୍ୟା ୬ଟାରେ ଆରତୀ କରାଯାଇଥିଲା । ସନ୍ଧ୍ୟାରେ ବହୁ ସଂଖ୍ୟ ଙ୍କ ଉପାସକ ମାନେ ପୀଠରେ ଜାଗର ଜାଳିଥିଲେ । ସେହିପରି ହରିପୁରର ହଟକେଶ୍ୱର, ଆଖଣ୍ଡଳମଣି. ବଟେଶ୍ୱର, ନଠୁଆବର ର ଅଷ୍ଟ ମହାଦେବ, ନାଉପାଳ ମଠସାହି ସଦାଶିବ ମନ୍ଦିର, ରାଜେନ୍ଦ୍ରପୁରର ଇଶାନେଶ୍ୱର,ଚଣ୍ଡୀପୁର ର ଚଣ୍ଡକେଶ୍ୱର, ସ୍ୱପ୍ନେଶ୍ୱରପୁର ର ସ୍ୱପ୍ନେଶ୍ୱର, ମହେଶ୍ୱରପୁର ର ମୁକ୍ତେଶ୍ୱର, ଧବଳେଶ୍ୱର, ସାରଙ୍ଗପୁରରେ ଜଗତେଶ୍ୱର,ଏକତଳାରେ ଆଖଣ୍ଡଳେଶ୍ୱର,ଗୋପୀନାଥପୁରରେ ନିଳାଦ୍ରୀଶ୍ୱର, ବଂଟରାରେ ମଣିବାବା,ପାଂଚଗୋଛିଆରେ ଅମୃତେଶ୍ୱରଙ୍କ ପୀଠ ପ୍ରଭୃତି ମନ୍ଦିର ମାନଙ୍କ ଶିବରାତ୍ରୀ ପାଳିତ ହୋଇଥିଲା ।
ସିଂହପୁର: ବିଂଝାରପୁର ବ୍ଲକର ବିଭିନ୍ନ ଶୈବ ପୀଠରେ ମହାଶିବରାତ୍ରି ସମାରୋହରେ ପାଳନ କରାଯାଉଛି । ପ୍ରସିଦ୍ଧ ଶୈବପୀଠ ବାବା ବରୁନେଶ୍ୱର, ସାମେଶ୍ୱର, ସିଂହପୁର ସିଙ୍ଗେଶ୍ୱର୍ , ସିଂହପୁର ବଜାର ଓ ଚନ୍ଦନପୁର ର ଚନ୍ଦନେଶ୍ୱର , କଲ୍ୟାଣ ପୁର ଅଂଚଳର କଲ୍ୟନେଶ୍ୱର୍, ବାଙ୍ଗରା ଛୋଟାଗଡି ମହାଦେବ ମନ୍ଦିର, ଓଲେÿଇ ଓଢେଶ୍ୱର୍ ସମେତ ବିଭିନ୍ନ ଶୈବପୀଠରେ ମହାଶିବରାତ୍ରି ପାଳିତ ହେଉଛି । ସକାଳୁ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ପରିଲକ୍ଷିତ ହେଉଛି । ସନ୍ଧ୍ୟା ଠାରୁ ଅସମ୍ଭବ ଶ୍ରଦ୍ଧାଳୁଙ୍କ ସମାଗମ ହେଉଛି । ବିଳମ୍ବିତ ରାତ୍ରି ଯାଏ ଜନସମାଗମ ରହିବ । କେତେକ ପୀଠରେ ସାଂସୃତିକ କାର୍ଯ୍ୟକ୍ରମ କରାଯାଉଛି ।
ବ୍ରହ୍ମବରଦା: ରସୁଲପୁର ବ୍ଲକ ବ୍ରହ୍ମବରଦା ଚଣ୍ଡି ମନ୍ଦିର ପ୍ରାଙ୍ଗଣରେ ଥିବା ମହାଦେବ ମନ୍ଦିର ପରିସରରେ ପବିତ୍ର ମହାଶିବରାତ୍ରି ବା ଜାଗର ଉତ୍ସବ ବହୁ ଧୁମଧାମରେ ପାଳିତ ହୋଇଯାଇଛି । ଏହି ଅବସରରେ ବୁଧବାର ପ୍ରାତଃ କାଳରୁ ମହାଦେବଙ୍କ ନିକଟରେ ମଙ୍ଗଳ ଆଳତି, ବଡ଼ସିଂହାର, ଘର୍ଷଣ, ଦୀପଲାଗି, ବାଲ୍ୟଭୋଗ ଓ ଦିନ ଗୋଟାଏରେ ସମସ୍ତ ନୀତିକାନ୍ତି ପରେ ମନ୍ଦିରରେ ପହଡ଼ ପଡିଥିଲା । ପରେ ପରେ ସନ୍ଧ୍ୟାରେ ସନ୍ଧ୍ୟା ଆଳତୀ ସହ ରାତି ୧୦ ଟା ୧୫ରେ ଭକ୍ତ ମାନେ ମନ୍ଦିର ବେଢା ପରିକ୍ରମା କରିବା ପରେ ମହାଦୀପ ମନ୍ଦିର ଉପରକୁ ଉଠିଥିଲା । ଭକ୍ତ ମାନେ ଦିନ ତମାମ କାଷ୍ଠା ଉପବାସ ରହିବା ସହ ମହାଦେବଙ୍କ ପ୍ରିୟ ଅରଖ ଓ ଦୁଦୁରା ପୁଷ୍ପ ମହାଦେବଙ୍କ ନିକଟରେ ଲାଗି କରିଥିଲେ । ସନ୍ଧ୍ୟାରେ ସହ ସହ ସଂଖ୍ୟାରେ ଶ୍ରଦ୍ଧାଳୁ ମନ୍ଦିର ପ୍ରାଙ୍ଗଣରେ ସମୂହ ଦୀପ ଜାଳି ମହାଦୀପ ଉଠିବା ପର୍ଯ୍ୟନ୍ତ ଅପେକ୍ଷା କରି ରହି ପାଦୂକା ପାନ କରିବା ପରେ ଉପବାସ ବ୍ରତ ଭଙ୍ଗ କରିଥିଲେ । ମନ୍ଦିରର ପୂଜକ ନିଶିକାନ୍ତ ପାଢୀ, ଅଧିକାରୀ ଶୈଳେନ୍ଦ୍ର ଦାସ, ରତିକାନ୍ତ ପାଢୀ ସମସ୍ତ ପୂଜା କାର୍ଯ୍ୟ ସମ୍ପାଦନ କରିଥିବା ବେଳେ ପୂଜା କମିଟିର ଉପଦେଷ୍ଟା ପବିତ୍ର ବିଶ୍ୱାଳ,ବିଷ୍ଣୁଚରଣ ଓଝା, ସୁକାନ୍ତ ବିଶ୍ୱାଳ,ବିଚିତ୍ର ଓଝା, ଲୋକନାଥ ଓଝା ଓ କାର୍ତିକ ଓଝାଙ୍କ ସମେତ ମନ୍ଦିର କମିଟିର ସମସ୍ତ କର୍ମକର୍ତା ଓ ସଭ୍ୟ ଏଥିରେ ସହଯୋଗ କରିଥିଲେ ।
ଦଶରଥପୁର: ଦଶରଥପୁର ବ୍ଲକ ବିଭିନ୍ନ ଶୈବ କ୍ଷେତ୍ର ମାନଙ୍କରେଜାଗର ଯାତ୍ରା ବା ମହା ଶିବରାତ୍ରି ଅନୁଷ୍ଠିତ ମହା ସମାରୋହରେ ହୋଇଯାଇଛି । ବ୍ଲକର କନିକାପଡ଼ା ପଂଚାୟତ ସାଧୁଗୌରଶ୍ୱର, ମଙ୍ଗଳପୁର ବୌଲେଶ୍ୱର, ଶୁଶୁଆ ଭାଗେଶ୍ୱର, ତଳିଆ ପଂଚାୟତ ଶ୍ରୀଦେ୍ଧଶ୍ୱ,ର୍ ଚମ୍ପେଇପାଳ ଗଙ୍ଗେଶ୍ୱ,ର୍ ଦଶରଥପୁର ପାରେଶ୍ୱର, ନନ୍ଦୀପୁର ଭଣ୍ଡେଶ୍ୱର ପ୍ରଭୁତି ସୈବ ପୀଠରେ ମହା ଦେବଙ୍କୁ ଦର୍ଶନ ନିମନ୍ତେ ପ୍ରବଳ ଜନ ଗହଳି ଲାଗିରହିଥିଲା ।
ବାଲିଚନ୍ଦ୍ରପୁର: ଯାଜପୁର ଜିଲ୍ଲାର ପ୍ରସିଦ୍ଧ ଶୈବ ମନ୍ଦିର ମହାବିନାୟକ ପୀଠରେ ଜାଗର ଯାତ୍ରାରେ ନିଆରା ପରମ୍ପରାରେ ପାଳିତ ହୋଇଛି ।ଏଠାରେ ଦେବ ଦେବ ମହାଦେବ ସହ ପଂଚଦ୍ୱେତା ପୂଜା ପାଇଥାନ୍ତି । ରାତ୍ରି ସାରା ଏହି ପଂଚଦେବତା ଉଜାଗର ରହିଥାନ୍ତି । ଏହି ଦ୍ୱେତା ମାନେ ହେଲେ ଗଣେଷ, ବିଷ୍ଣୁ, ଦୁର୍ଗା, ସୂର୍ଯ୍ୟଦେବ ଓ ମହାଦେବ । ଏହି ସହ ମହା ଶିବରାତ୍ରି ଜାଗର ଅବସରରେ ତୃତୀୟ ପ୍ରହରରେ ଦେବ ଦେବ ମହାଦେବ ଚନ୍ଦ୍ରଶେଖର ତିନିଥର ମନ୍ଦିର ବେଢ଼ା ପରିକ୍ରମା କରିଥାନ୍ତି । ପରିକ୍ରମା ସରିବା ପରେ ମହାଦୀପ ଉଠିଥାଏ ।ବଡ଼ଚଣା ବ୍ଲକ ଅନ୍ତର୍ଗତ ବାରୁଣବନ୍ତ ପାହାଡ଼ର ପାଦ ଦେଶରେ ପୂଜା ପାଇଥାନ୍ତି ପ୍ରଭୁ ମହାବିନାୟକ । ଏହି ପୀଠକୁ ମହାଦେବଙ୍କ ଦର୍ଶନ ନିମନ୍ତେ ଲକ୍ଷ ଲକ୍ଷ ଭକ୍ତ ଆସୁଥିବାବେଳେ ଏହାର ନାମକରଣ ମହାଦେବଙ୍କ ପୁତ୍ର ନାମରେ ମହାବିନାୟକ ନାମିତ ହୋଇଛି । ଆଜି ସକାଳୁ ରାତ୍ରୀ ପଯ୍ୟନ୍ତ ବହୁ ଭକ୍ତ ମହାବିନାୟକ ଦର୍ଶନ ନିମନ୍ତେ ଆଗମନ କରିବା ଦେଖା ଯାଇଥିଲା । ମନ୍ଦିର ରାସ୍ତା ର ଉଭୟ ପାର୍ଶ୍ୱରେ ଶହ ଶହ ଉଠା ଦୋକାନ ଖୋଲା ଯାଇ ଭକ୍ତଙ୍କ କିଣାବିକା ଦେଖା ଯାଇଥିଲା ରାତ୍ରୀତମାମ ଶହ ଶହ ଭକ୍ତ ମଣ୍ଡଳୀ ଉଜାଗର ରହି ଶିବ ଙ୍କୁ ପ୍ରାର୍ଥନା ଓ ଆରାଧନା କରିଥିଲେ । ସେହି ପରି ବଡ଼ଚଣା ବ୍ଲକ ଅନ୍ତର୍ଗତ ବାଲିଚନ୍ଦ୍ରପୁର ନିକଟ ଇଶାଣେଶ୍ୱର୍ ଶୈବ ପୀଠରେ ଜାଗର ଯାତ୍ରା ମହାସମାରୋହରେ ଅନୁଷ୍ଠିତ ହୋଇଅଛି । ସକାଳୁ ରାତ୍ରୀ ପଯ୍ୟନ୍ତ ଶହ ଶହ ଶିବ ଭକ୍ତ ମାନେ ମହାଦେବ ଙ୍କ ପୀଠକୁ ଯାଇ ପୂଜା ଅର୍ଜନା କରିବା ସହିତ ଭକ୍ତି ନ୍ୟେଇବେଦ ଦେଖାଯାଇଥିଲା । ସନ୍ଧ୍ୟା ସମୟରୁ ରାତ୍ରୀ ପର୍ଯ୍ୟନ୍ତ ଉଜାଗର ରହି ଦୀପ ଜାଳି ଓ ନମଃ ଶିବାୟ ଧ୍ୱନିରେ ଇଶାଣେଶ୍ୱର୍ ଶୈବ ପୀଠ ପ୍ରମ୍ପକିତ ହୋଇଥିଲା । ମହାବିନାୟକ ଓ ଇଶାଣେଶ୍ୱର୍ ମହାଦେବଙ୍କ ପୀଠ ରେ ଯଜ୍ଞ ପୂଜା କାର୍ଯ୍ୟ ଆଜି ମଧ୍ୟ ଅନୁଷ୍ଠିତ ହୋଇଥିଲା । ଦୁଇ ଶୈବ ପୀଠରେ ରାତି ୧୨ରେ ମହାଦୀପ ଉଠିଥିଲା । ସେହିପରି ବଡ଼ଚଣା ବ୍ଳକର ଚଣ୍ଡିଦଳ, କୁନ୍ଦଳ, ଖଡିଅଙ୍ଗ, ଭୁଲୁକା ଓ ସାଉଡ଼ିଆର ସମେରେଶ୍ୱର ଓ ବାଲିପଡିଆର ନାନପୁର ଓ ବାହାଦୁର ନଗର, ଗଜେନ୍ଦ୍ରପୁର୍ ଆଦି ଶୈବ ପୀଠ ମାନଙ୍କରେ ମହାଶିବରାତ୍ରି ଉପଲକ୍ଷେ ଜାଗର ଯାତ୍ରା ଅନୁଷ୍ଟିତ ହୋଇଯାଇଛି ।