ସମସ୍ୟା ଘେରରେ ପ୍ରାଥମିକ ବିଦ୍ୟାଳୟ
ରାମପୁର: କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ମେଲକୁନେ୍ଦଲ ସରକାରୀ ପ୍ରାଥମିକ ବିଦ୍ୟାଳୟ ସମସ୍ୟାଘେରରେ ରହିଛି । ୨୦୦୮ରେ ସ୍ଥାପିତ ଏହି ବିଦ୍ୟାଳୟରେ ୨୯ ଛାତ୍ରୀଛାତ୍ର ପାଠ ପଢୁଥିବାବେଳେ ଦୁଇଜଣ ଶିକ୍ଷକ ନିଯୁକ୍ତି ହୋଇଛନ୍ତି । ବିଦ୍ୟାଳୟରେ ପାଚେରି ନ ଥିବାବେଳେ ପାନୀୟଜଳ ସୁବିଧା ନାହିଁ । ରୋଷେଇ ଘର ନ ଥିବାରୁ ଗଛ ମୂଳରେ ପିଲାଙ୍କ ମଧ୍ୟାହ୍ନ ଭୋଜନ ରୋଷେଇ କରାଯାଉଛି । ଦୀର୍ଘବର୍ଷ ପରେ ମଧ୍ୟ ବିଦ୍ୟାଳୟରେ ଶୌଚାଳୟଟିଏ ନାହିଁ । ଏହାକୁ ଦୃଷ୍ଟିରେ ରଖି ଶିକ୍ଷା ବିଭାଗ ପକ୍ଷରୁ ତୁରନ୍ତ ଏହି ବିଦ୍ୟାଳୟରେ ପାନୀୟ ଜଳ ସୁବିଧା ସହ ପାଚେରି, ରୋଷେଇ ଘର, ଶୌଚାଳୟ ନିର୍ମାଣ ପାଇଁ ଗ୍ରାମବାସୀ ତଥା ଅଭିଭାବକ ମହଲରେ ଦାବି ହେଉଛି । ଏ ସମ୍ପର୍କରେ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ସତ୍ୟ ନାରାୟଣ ବେହେରାଙ୍କୁ ପଚାରିବାରୁ ବିଡ଼ିଓଙ୍କ ସହ ଆମେ ସେ ସ୍କୁଲ ପରିଦର୍ଶନରେ ଯାଇଥିଲୁ । ପାରିପାର୍ଶ୍ୱିକ ସ୍ଥିତି ଦେଖିବା ପରେ ଉକ୍ତ ସ୍କୁଲରେ ପାଣି ସୋର୍ସର ଅଭାବ ରହିଥିବା ଜାଣିଲୁ । ତଥାପି ନୂତନ ନଳକୂପ ଓ ଶୌଚାଳୟ ପାଇଁ ଜଳ ଓ ପରିମଳ ବିଭାଗକୁ କହିଛୁ । ସୁରକ୍ଷା ପାଚେରି ଓ ରୋଷେଇ ଘର ପାଇଁ ଗ୍ରାମ ପଞ୍ଚାୟତର ଏମ୍ଜିଏନ୍ଆର୍ଇଜିଏସ୍ ମାଧ୍ୟମରେ ବ୍ୟବସ୍ଥା କରି କାମ ଶୀଘ୍ର କରାଯିବ ବୋଲି କହିଛନ୍ତି ।