ସମାଜସେବୀଙ୍କ ପରଲୋକ

 ବାଲିକୁଦା : ବଡ଼ଚଣା ବ୍ଲକ ଅଣକା ଗ୍ରାମର ସମାଜସେବୀ ବ୍ରଜବନ୍ଧୁ ନାୟକ(୭୨)ଙ୍କର ହୃଦଘାତରେ ପରଲୋକ ହୋଇଯାଇଛି ।  ହୃଦଘାତ ହେବାରୁ ପରିବାର ଲୋକେ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ଚିକିସôାଳୟରେ ଚିକିସôିତ ହେବା ପାଇଁ ଭର୍ତ୍ତି କରିଥିଲେ । ତେବେ ଚିକିସôାଧିନ ଅବସ୍ଥାରେ ତାଙ୍କର ମୃତୁ୍ୟ ଘଟିଥିଲା । ତାଙ୍କ ପରଲୋକଗତ ଖବର ମିଳିବା ପରେ ଅଣକା ତଥା ଆଖପାଖ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିଲା । ତାଙ୍କର ମରଶରୀରକୁ କଉଡ଼କୋଲ ଛକରୁ ଏକ ବିରାଟ ଶୋଭାଯାତ୍ରାରେ ନିଜ ଗ୍ରାମ ଅଣକା ପଂଚାୟତ ଅଣାଯାଇଥିଲା । ଶୋଭାଯାତ୍ରାରେ ବଡ଼ଚଣା ବିଧାୟକ ଅମର କୁମାର ନାୟକ, କଂଗ୍ରେସ ନେତା ଅଜୟ କୁମାର ସାମଲ, ପୂର୍ବତନ ସରପଞ୍ଚ ସମରେନ୍ଦ୍ର ମହାପାତ୍ର, ବାନାମ୍ବର ଲେଙ୍କା, ତ୍ରିଲୋଚନ ସାମଲ, ଦୀପକ କୁମାର ସାମଲ, ପରେନ୍ଦ୍ର ବେହେରା, ସାମ୍ବାଦିକ ଅଜୟ କୁମାର ଦାଶ, କାର୍ତ୍ତିକ ଚନ୍ଦ୍ର ନାୟକ, କପିଳେନ୍ଦ୍ର ଦାସ, ଅରୁଣ କୁମାର ବେହେରା, ରଞ୍ଜିତ ସିଂହ, ସୌମ୍ୟରଞ୍ଜନ ନାୟକ, ଯଶୋବନ୍ତ ଓଝା, ସୁଶାନ୍ତ ବେହେରା ପ୍ରମୁଖ ଯୋଗଦେଇଥିବା ବେଳେ ତାଙ୍କୁ ଗ୍ରାମ ପଞ୍ଚାୟତ ପରିକ୍ରମା କରାଇ ନିଜସ୍ୱ ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିବା ବେଳେ ବଡ଼ପୁଅ ତିର୍ଥବ୍ରତ ନାୟକ ମୁଖାଗ୍ନି ଦେଇଥିଲେ ।