ସାଇକେଲ ଚଲାଅ, ସୁସ୍ଥ ରୁହ କାର୍ଯକ୍ରମ
ବରୀ : ଫିଟ୍ ଇଣ୍ଡିଆ ଦ୍ୱାରା ସାଇକ୍ଲିଂଗ ଅନ ହ୍ୱିଲ କାର୍ଯକ୍ରମ ଆଲିଆବାଦ ଗ୍ରାମରେ ଅନୁଷ୍ଠିତ ହୋଇଯାଇଛି । ଅଧିକରୁ ଅଧିକ ପିଲା ମାନଙ୍କୁ ସାଇକଲ ପ୍ରତି ଆକୃଷ୍ଟ କରିବା ଏବଂ ସାଇକଲ ଚଲାଇ ନିଜକୁ ଫିଟ୍ ରଖିବା କାର୍ଯ୍ୟକ୍ରମର ଲକ୍ଷ ରଖାଯାଇଥିଲା । କାର୍ଯ୍ୟକ୍ରମରେ ବରୀ ଅଂଚଳର ବହୁ ପିଲା ସାମିଲ ହୋଇଥିଲେ । ପିଲାମାନେ ସାଇକଲ ଚଳାଇ ବିଭିନ୍ନ ଗ୍ରାମ ରାସ୍ତା ଦେଇ ଯିବା ସହିତ ଲୋକମାନଙ୍କୁ ସାଇକଲ ଚାଳନା ଏବଂ ସୁସ୍ଥ ଶରୀରର ସଚେତନତା ବାର୍ତା ପ୍ରଦାନ କରିଥଲେ । କାର୍ଯ୍ୟକ୍ରମରେ କଟକ ସାଇ ଅଧିକାରୀ ଯୁରୀୟା ପାତ୍ର, ଏସକେ ମୁସ୍ତାଦ, ବରୀ ସରପଂଚ ସୋନାଲି ସିଂହ, ଥାନାର ଲମ୍ବୋଦର ଜେନା, ରନôଗିରି ଉଚ୍ଚ ବିଦ୍ୟାଳୟର ଖେଳ ଶିକ୍ଷୟତ୍ରୀ ମଧୁସ୍ମିତା ଜେନା, ଅଭିଭାବକ ତଥା ଆଲିଆବାଦ ଗ୍ରାମର ସୁଷମ ଦାସ, ଶ୍ରୀକାନ୍ତ ଦାସ, ଦୁର୍ଯୋଧନ ଶାନ୍ତି, ମୂରଲୀଧର ଜେନା, କମଳାକାନ୍ତ ଦାସ, ଅମୀୟ କୁମାର ଦାସ ଉପସ୍ଥିତ ରହି ପିଲା ମାନଙ୍କୁ ଉତ୍ସାହିତ କରିଥିଲେ ।