ସାମୂହିକ ବ୍ରତୋପନୟନ କଲା ଗଡଜାତ ବ୍ରାହ୍ମଣ ସମାଜ

 ନୀଳଗିରି ଗଡଜାତ ମାଟିର ଗଡ ବ୍ରାହ୍ମଣ ସମାଜ ତିନିଜଣ ଗରୀବ ବ୍ରାହ୍ମଣ ପିଲାଙ୍କର ବ୍ରତୋପନୟନ କରି ଏକ ଉଦାହରଣ ସୃଷ୍ଟି କରିଛନ୍ତି । ଠାକୁରମାହାଲ୍ ଅନ୍ତର୍ଗତ ରଧାକିଶୋର ଯାତ୍ରୀନିବାସ ପରିସରରେ ୧୯୬୪ମସିହାରେ ପ୍ରତିଷ୍ଠା ହୋଇଥିବା ଗଡଜାତ ବ୍ରାହ୍ମଣ ତିନିଜଣ ଗରୀବ ବ୍ରାହ୍ମଣ ପିଲାଙ୍କର ସାମୂହିକ ବ୍ରତୋପନୟନ କରାଯାଇଥିଲା । ରେମୁଣା ପ୍ରଶାନ୍ତ ପଣ୍ଡାଙ୍କ ପୁଅ ରବୀନ୍ଦ୍ର ପଣ୍ଡା, ବାଲିଆ ଅଞ୍ଚଳର ପ୍ରଦୀପ୍ତ ମହାପାତ୍ରଙ୍କ ସୁପୁତ୍ର ଓମପ୍ରକାଶ ମହାପାତ୍ର, ଏବଂନୀଳଗିରିର ହୃଷୀକେଶ ପଣ୍ଡାଙ୍କ ପୁଅ ନିହାର ପଣ୍ଡାଙ୍କ ବ୍ରାହ୍ମଣ ସମାଜ ଦ୍ୱାରା ବ୍ରତୋପନୟନ କରାଯାଇଥିଲା । ଗଡ ବ୍ରାହ୍ମଣସମାଜ ସଭାପତି ରବୀନ୍ଦ୍ର ପଣ୍ଡା, ସମ୍ପାଦକ ଦେବେନ୍ଦ୍ର ନନ୍ଦ, ମୁଖ୍ୟପୂଜକ ରାମକୃଷ୍ଣ ପଣ୍ଡା, ବ୍ରହ୍ମା ସରୋଜ ନନ୍ଦ, ପୂର୍ଣ୍ଣଚନ୍ଦ୍ର ପଣ୍ଡା, ଶାନ୍ତନୁ ନନ୍ଦ, ବିନେଶ୍ ଶତପଥୀ, ପଞ୍ଚାନନ ପତି, ହେମନ୍ତ ମହାପାତ୍ର, ବିଷ୍ଣୁମୋହନ ଆଚାର୍ଯ୍ୟ, ପ୍ରହରାଜ ପ୍ରମୋଦ ମହାପାତ୍ର, ପ୍ରମୁଖ ଏହି କାର୍ଯ୍ୟକ୍ରମକୁ ସହାୟତା କରିବା ସହିତ ପରିଚାଳନାରେ ସହଯୋଗ କରିଥିଲେ । ନୀଳଗିରି ପୋଲିସ ଅଧୀକ୍ଷକ ପ୍ରମୋଦ ନାୟକ, ଏନଏସି ନିର୍ବାହୀ ଅଧିକାରୀ ଅଂଶୁମାନ ପରିଡା , ସମାଜସେବୀ ସୁରଞ୍ଜନ ମହାପାତ୍ର, ସଞ୍ଜନ ମହାପାତ୍ରଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି ବ୍ରହ୍ମଚାରୀ ମାନଙ୍କୁ ଆଶୀର୍ବାଦ କରିଥିଲେ । ଚଳିତବର୍ଷ ଠାରୁ ଆରମ୍ଭ ହୋଇଥିବା ଏଭଳି କାର୍ଯ୍ୟ ଆଗାମୀ ବର୍ଷରେ ଅନୁଷ୍ଠିତ ହେବବୋଲି ବ୍ରାହ୍ମଣସମାଜ ସୂଚନା ଦେଇଛନ୍ତି ।