ସାମ୍ବାଦିକଙ୍କ ମାତୃ ବିୟୋଗ
ବାଲେଶ୍ୱର : ଜିଲ୍ଲାର ବରିଷ୍ଠ ସାମ୍ବାଦିକ ସରୋଜ ପଣ୍ଡାଙ୍କ ମାତା ତଥା ଧର୍ମପରାୟଣ ମହିଳା ପଙ୍କଜିନୀ ପଣ୍ଡାଙ୍କ ବିୟୋଗ ଘଟିଛି । ଆଜି ଦିବା ୧ଟା ୨୦ମିନିଟ ସମୟରେ ସରସ୍ୱତୀପୁର ପଞ୍ଚାୟତ ଅଧୀନ ଶ୍ରୀକ୍ଷେତ୍ର ନଗର ବାସଭବନରେ ତାଙ୍କର ମୃତୁ୍ୟ ହୋଇଛି । ମୃତୁ୍ୟ ବେଳକୁ ତାଙ୍କୁ ୮୫ ବର୍ଷ ବୟସ ହୋଇଥିଲା । ସେ ଦୀର୍ଘଦିନ ଧରି ବାର୍ଦ୍ଧକ୍ୟତା ଜନିତ ରୋଗରେ ପୀଡିତ ଥିଲେ । ମୃତୁ୍ୟ ଶଯ୍ୟା ପାଖରେ ତାଙ୍କର ଦୁଇ ପୁତ୍ର, ପୁତ୍ର ବଧୂ, ନାତୁଣୀ ପରିଜନ ଲୋକେ, ଗ୍ରାମବାସୀ ପ୍ରମୁଖ ଉପସ୍ଥିତ ଥିଲେ ।