ସାମ୍ବାଦିକ ବାବୁଲାଲ୍ ଅଗ୍ରୱାଲଙ୍କ ଶ୍ରାଦ୍ଧବାର୍ଷିକୀ

  ବେତନଟୀ:  ମୟୂରଭଞ୍ଜ ଜିଲ୍ଲାର ଜଣେ ପ୍ରବୀଣ, ବରିଷ୍ଠ ତଥା ଜିଲ୍ଲା ସାମ୍ବାଦିକ ସଂଘର ପ୍ରତିଷ୍ଠାତା ବାବୁଲାଲ ଅଗ୍ରୱାଲଙ୍କ ୨୭ ତମ ଶ୍ରାଦ୍ଧବାର୍ଷିକୀ ବେତନଟୀ ଠାରେ ପାଳିତ ହୋଇଯାଇଛି । ଏହି ଉତ୍ସବରେ ମୟୂରଭଞ୍ଜ ଜିଲ୍ଲାର ବରିଷ୍ଠ ସାମ୍ବାଦିକ ହରିଶ୍ଚନ୍ଦ୍ର ନନ୍ଦ ଗୋସ୍ୱାମୀ ସଭାପତିତ୍ୱ କରିଥିବାବେଳେ ବେତନଟୀ ଡିଗ୍ରୀ କଲେଜର ପୂର୍ବତନ ଅବସରପ୍ରାପ୍ତ ଶିକ୍ଷକ ତଥା ବିଶିଷ୍ଟ ଶିକ୍ଷାବିତ୍ ଡକ୍ଟର ରମାକାନ୍ତ ସିଂହ ମୁଖ୍ୟଅତିଥି ଭାବେ ଏବଂ ସିଭିଲ ସୋସାଇଟି ବେତନଟୀର ସାଧାରଣ ସମ୍ପାଦକ ଆଡଭୋକେଟ ସଚ୍ଚିଦାନନ୍ଦ ମହାନ୍ତି ମୁଖ୍ୟବକ୍ତା ଭାବେ ଯୋଗ ଦେବା ସହିତ ବେତନଟୀ ମୟୂର ସାହିତ୍ୟ ସଂସଦର ସାଧାରଣ ସମ୍ପାଦକ ଯତୀନ୍ଦ୍ର କୁମାର ସାହୁ, ବେତନଟୀ କଳାବିକାଶ କେନ୍ଦ୍ରର ସଭାପତି ବିଜୟ କୁମାର ଦ୍ୱିବେଦୀ, କବି ସଙ୍ଗମର ପ୍ରତିଷ୍ଠାତା ସଭାପତି ବାସୁଦେବ ନାପିତ, ଅବସରପ୍ରାପ୍ତ କର୍ମଚାରୀ ସଂଘ ବେତନଟୀର କୋଷାଧ୍ୟକ୍ଷ ହରେନ୍ଦ୍ର ବାରିକ୍ ବେତନଟୀ ବରିଷ୍ଠ ନାଗରିକ ସଂଘର ଉପସଭାପତି ରବିନାରାୟଣ ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ । ବରିଷ୍ଠ ତଥା ଜିଲ୍ଲାର ଏବଂ ସମଗ୍ର ଉତ୍ତର ଓଡ଼ିଶାର ପ୍ରବୀଣ ସାମ୍ବାଦିକତା ତଥା ଜିଲ୍ଲାର ବହୁ ଅନୁଷ୍ଠାନର ପ୍ରତିଷ୍ଠାତା ଉପଦେଷ୍ଟା ବାବୁଲାଲ ଅଗ୍ରୱାଲଙ୍କର ଉତ୍ସର୍ଗୀକୃତ ଅବଦାନ ସମ୍ପର୍କରେ ବକ୍ତବ୍ୟ କରିଥିଲେ ।  ମୟୂରଭଞ୍ଜ ଜିଲ୍ଲା ସାମ୍ବାଦିକ ସଂଘ ପ୍ରତିଷ୍ଠା କରିବାରେ ତାଙ୍କର ଉତ୍ସର୍ଗୀକୃତ ଅବଦାନ ଏବଂ ପରେ ଏହି ସଂଘ ଉକôଳ ସାମ୍ବାଦିକ ସଂଘର ଶାଖା ଭାବେ ପ୍ରତିଷ୍ଠା ଲାଭ କରିପାରିଥିଲେ । ବିଭିନ୍ନ ବକ୍ତାମାନେ ତାଙ୍କର ସ୍ମୃତିଚାରଣ କରିବା ସହିତ ସାମାଜସେବୀ ରବୀନ୍ଦ୍ର କୁମାର ମିଶ୍ର ଧନ୍ୟବାଦ ଅର୍ପଣ କରିବା ପରେ ଏହି ସମାବେଶ ସାଙ୍ଗ ହୋଇଥିଲା ।