ସୁରେନ୍ଦ୍ରନାଥଙ୍କୁ ମିଳିବ ଉପେନ୍ଦ୍ରନାଥ ସମ୍ମାନ
ସୋର: ୨୦୨୪ ମସିହା ପାଇଁ ଉପେନ୍ଦ୍ରନାଥ ସମ୍ମାନ ପାଇବେ ସୁରେନ୍ଦ୍ରନାଥ ବାରିକ । ପ୍ରତିବର୍ଷ ଓଡ଼ିଶାରେ ଶିକ୍ଷା ଅନୁଷ୍ଠାନ ଗଢିଥିବା ଜଣେ ମହାନ ବ୍ୟକ୍ତିଙ୍କୁ ସୋରର ଶିକ୍ଷାଗୁରୁ ଉପେନ୍ଦ୍ରନାଥ ପ୍ରଧାନ ସ୍ମୃତି ପରିଷଦ ଆନୁକୂଲ୍ୟରେ ଉପେନ୍ଦ୍ରନାଥ ସମ୍ମାନ ପ୍ରଦାନ କରାଯାଇଥାଏ । ସୋର ବ୍ଲକ କେଶରୀପୁର ନିବାସୀ ଶ୍ରୀଯୁକ୍ତ ବାରିକ ନିଜ ପିତାଙ୍କ ସ୍ମୃତିରେ ନିଜ ଗ୍ରାମରେ ଶତ୍ରୁଘ୍ନନାଥ ଉଚ୍ଚ ଇଂରାଜୀ ବିଦ୍ୟାଳୟ ପ୍ରତିଷ୍ଠା କରିଛନ୍ତି । ଏଥିସହିତ ସେ ଜଣେ ସାହିତି୍ୟକ ଓ ଜଣେ ଅନୁଷ୍ଠାନ ଅନୁରାଗି ମଣିଷ । ଆସନ୍ତା ୨୮ଡିସେମ୍ବର ଶନିବାର ପରିଷଦ ପକ୍ଷରୁ ଆୟୋଜିତ ଉପେନ୍ଦ୍ର ସମାରୋହ ଅବସରରେ ସୋର ଶିକ୍ଷକ ଭବନ ଠାରେ ଶ୍ରୀଯୁକ୍ତ ବାରିକଙ୍କୁ ସମ୍ମାନିତ କରାଯିବ । ଭାରତବର୍ଷର ବିଶିଷ୍ଟ ଚାଷୀ ନେତା ଶ୍ରୀ ଲିଙ୍ଗରାଜ ଓ ସୁନାମଧନ୍ୟ ପ୍ରନôତାତ୍ୱିକ ଓ ଐତିହାସିକ ଗବେଷକ ଅନୀଲ ଧୀର ତାଙ୍କୁ ସମ୍ମାନିତ କରିବେ ।