ସେଞ୍ଚୁରିଆନ ବିଶ୍ୱବିଦ୍ୟାଳୟରେ ସେମିନାର

ଜଟଣୀ : ସେଞ୍ଚୁରିଆନ ବିଶ୍ୱବିଦ୍ୟାଳୟର ଆଇନ ବିଭାଗ ପକ୍ଷରୁ ଆୟୋଜିତ ସେମିନାର ବିଶ୍ୱବିଦ୍ୟାଳୟର ଭାଇସ୍ ଚାନସେଲର ପ୍ରଫେସର ଡକ୍ଟର ସୁପ୍ରିୟା ପଟ୍ଟନାୟକଙ୍କ ଉପସ୍ଥିତିରେ ଉଦ୍ଘାଟିତ ହୋଇଯାଇଛି । ଏଥିରେ ମୁଖ୍ୟଅତିଥି ଭାବେ ଓଡିଶା ସରକାରଙ୍କ ଆଇନ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଯୋଗ ଦେଇ ବୃତ୍ତିଗତ ଶିକ୍ଷା ମଧ୍ୟରେ ଆଇନ ଶିକ୍ଷା ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।  ଦେଶ ବିକାଶରେ ଆଇନ ବ୍ୟବସ୍ଥାର ସଫଳ କାର୍ଯ୍ୟକାରିତା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଛାତ୍ରଛାତ୍ରୀମାନେ ଆଗାମୀ ଦିନରେ ଓଡ଼ିଶା ପ୍ରଦେଶରେ ଆଇନ୍ର ସଠିକ ପରିଚାଳନା ଏବଂ ଜନସାଧାରଣଙ୍କୁ ଆଇନ ବିଷୟରେ ସଂପୂର୍ଣ୍ଣ ସଚେତନତା କରି ୨୦୩୬ ମସିହା ସୁଦ୍ଧା ବିକଶିତ ଓଡ଼ିଶା ଗଠନରେ ସହଭାଗିତା ହେବା ପାଇଁ ପରାମର୍ଶ ଦେଇଥିଲେ । ଏହି ସମାରୋହରେ ସମ୍ମାନିତ ଅତିଥି ଭାବେ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ବରିଷ୍ଠ ଆଇନଜୀବୀ ଡଃ ବିଭୁପ୍ରସାଦ ତ୍ରିପାଠୀ, ବିଶ୍ୱବିଦ୍ୟାଳୟର କୁଳପତି ଡ ଅନିତା ପାତ୍ର, ବିଶ୍ୱବିଦ୍ୟାଳୟର ପ୍ରୋଭାଇସ୍ ଚାନ୍ସେଲର ଡ଼ଃ ଅଜୟ ନାୟକ, ସେଞ୍ଚୁରିଆନ ସ୍କୁଲ ଅଫ୍ ଲର ଡ଼ିନ୍ ଡ. ପଲ୍ଲବ ଦାସ ପ୍ରମୁଖ ଉପସ୍ଥିତ ଥିଲେ । ଏହି ସେମିନାରରେ ଆଇନ ବିଭାଗର ୨୦୦ରୁ ଊଦ୍ଧ୍ୱର୍ ଛାତ୍ରଛାତ୍ରୀମାନେ ଯୋଗ ଦେଇଥିଲେ ।