ସୌନ୍ଦର୍ଯ୍ୟା ପ୍ରିମିୟମ୍ କ୍ଲିନିକ୍ ଉଦ୍ଘାଟିତ
ଢେଙ୍କାନାଳ: ଢେଙ୍କାନାଳ ମୀନା ବଜାର ଗାନ୍ଧିମନ୍ଦିର ରୋଡ ଠାରେ ସୌନ୍ଦର୍ଯ୍ୟା ପ୍ରିମିୟମ୍ ସ୍କିନ ଆଣ୍ଡ ଲେଜର କ୍ଲିନିକ୍ ଉଦ୍ଘାଟିତ ହୋଇଯାଇଛି । ଏହାକୁ ମହିଳା ମହାବିଦ୍ୟାଳୟ ଅଧ୍ୟକ୍ଷା ଡ଼ଃ ଶକୁନ୍ତଳା ଜେନା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦ୍ଘାଟନ କରିିଥିଲେ । ପ୍ରଥମ ଥର ପାଇଁ ସୌନ୍ଦର୍ଯ୍ୟା ପରିବାର ଢେଙ୍କାନାଳ ସହରରେ ଅତ୍ୟାଧୁନିକ ସୌନ୍ଦର୍ଯ୍ୟ ଉପଚାରର ସୁଯୋଗ ନେଇ ଆସିଛି । ଶରୀରର ସୌନ୍ଦର୍ଯ୍ୟରେ ନିଖାର ଆଣିବା ପାଇଁ ବଡି ସ୍ପା, ଷ୍ଟିମ ବାଥ, ଲାକଟିକ ଏସିଡ ବାଥ, ଟୁଥ ସ୍ପା, ପାଦ ଆଉ ହାତର ଉପଚାର କରାଯାଏ । ଲେଜର ମାଧ୍ୟମରେ କୋରିଆନ ଗ୍ଲାସ ଫେସିଆଲ, ହଲିଉଡ ଫେସିଆଲ ଇତ୍ୟାଦି କରାଯାଏ । ଏହା ଉଭୟେ ନାରୀ ଓ ପୁରୁଷ ମାନଙ୍କ ପାଇଁ ଉପଲବ୍ଧ । ଡ. ନିରଦ ଚନ୍ଦ୍ର ରାଉତ ଓ ସ୍ମିତା ରାଣୀ ସାମଲଙ୍କ ତତ୍ତ୍ୱାବଧାନରେ ଏହି ସ୍କିନ ଓ ଲେଜର କ୍ଲିନିକ୍ ଉଦ୍ଘାଟିତ ହୋଇଛି ।