ସ୍କୁଲର ବିଭିନ୍ନ ସମସ୍ୟା ବୁଝିଲେ ସାଂସଦ

 ଆନନ୍ଦପୁର : ସୁନ୍ଦରାପାଳ ଓଡିଶା ଆଦର୍ଶ ବିଦ୍ୟାଳୟରେ ସାଂସଦ ଅନନ୍ତ ନାଏକ ହଠାତ ପହଞ୍ଚôଥିଲେ । ସ୍କୁଲର ଭାରପ୍ରାପ୍ତ ଅଧ୍ୟକ୍ଷା ଲୁନାଲିସା ସାମନ୍ତରାୟ ଉତ୍ତରୀୟ ଏବଂ ଫୁଲତୋଡ଼ା ଦେଇ ସାଂସଦ ଙ୍କୁ ସ୍ୱାଗତ କରିବା ସହିତ ସ୍କୁଲର ବିଭିନ୍ନ ସମସ୍ୟା ସମ୍ପର୍କରେ ସାଂସଦଙ୍କ ସହିତ ଆଲୋଚନା କରିଥିଲେ । ବିଦ୍ୟାଳୟର ପାଚେରୀର ଉଚ୍ଚତା ବଢାଇବା, ବିଦ୍ୟାଳୟ ଠାରୁ ଡାଇନିଂ ପର୍ଯ୍ୟନ୍ତ ଆପରୋଜ ରୋଡ ନିର୍ମାଣ, ମୁଖ୍ୟ ଗେଟ୍ କୁ ଅଧିକ ଉଚ୍ଚା ଏବଂ ଓସାରିଆ କରିବା , ହଷ୍ଟେଲ ଚାଲିବା ପାଇଁ ଆବଶ୍ୟକ ଥିବା ଅର୍ଥର ବ୍ୟବସ୍ଥା ଇତ୍ୟାଦି ସମସ୍ୟା ସମ୍ପର୍କରେ ଅଧକ୍ଷା ସାଂସଦ ଙ୍କୁ ଜଣାଇଥିଲେ. ପରେ ମାନ୍ୟବର ସାଂସଦ ଶ୍ରୀ ନାଏକ ଜିଲ୍ଲାପାଳ ଙ୍କୁ ଫୋନ କରି  ବିଦ୍ୟାଳୟ ସମସ୍ୟା ସମ୍ପର୍କରେ ଅବଗତ କରାଇବା ସହିତ ସ୍କୁଲର ଥିବା ଅସୁବିଧାର ସମାଧାନ କିପରି ହୋଇପାରିବ ସେନେଇ ଦୃଷ୍ଟି ଦେବାକୁ କହିଥିଲେ । ଏହି ବୈଠକରେ ବରିଷ୍ଠ ବିଜେପି ନେତା ଆଲୋକ ସେଠୀ, ପୌରପରିଷଦ ପ୍ରାକ୍ତନ ପୌରାଧକ୍ଷ୍ୟ ରାମଚନ୍ଦ୍ର ସାହୁଙ୍କ ସମେତ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ ।