ସ୍କୁଲ କଲେଜ ମିଳିତ ସମନ୍ୱୟ ସମିତିର ସମାବେଶକୁ ୬୬୨ବର୍ଗ କର୍ମଚାରୀଙ୍କ ସମର୍ଥନ
ରାଜନଗର : ଭୁବନେଶ୍ୱର ଲୋୟର ପିଏମଜିରେ ୧୦ ତାରିଖରେ ହେବାକୁ ଥିବା ସ୍କୁଲ କଲେଜର ମହାସମାବେଶକୁ ସଫଲ କରିବା ପାଇଁ ୬୬୨ବର୍ଗ କଲେଜ କର୍ମଚାରୀ ସଙ୍ଗଠନ ପୂର୍ଣ୍ଣ ସମର୍ଥନ ଘୋଷଣା କରିଛି । ଏନେଇ ୬୬୨ ବର୍ଗ କଲେଜର ସଙ୍ଗଠନ ସଭାପତି ସୁଚ୍ଚେନ୍ଦ୍ର କୁମାର ପଢିହାରୀଙ୍କ ଅଧ୍ୟକ୍ଷତାରେ ରାଜନଗର ବ୍ଲକ କୋଇଲିପୁର ପଞ୍ଚାୟତ ସପନେଶ୍ୱର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଏକ ବୈ÷ଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈ÷ଠକରେ ସ୍କୁଲ କଲେଜଗୁଡିକ ଦୀର୍ଘବର୍ଷ ଧରି ଶୈ÷କ୍ଷିକ କାର୍ଯ୍ୟକ୍ରମକୁ ସଫଳତାର ସହିତ କରୁଥିବା ବେଳେ ରାଜ୍ୟ ସରକାରଙ୍କ ଟାଳଟୁଳନୀତି ଯୋଗୁଁ କୌଣସି ଆର୍ଥିକ ଅନୁଦାନ ପାଇନାହାନ୍ତି । ଏପରିକି ସେହି ଶିକ୍ଷାନୁଷ୍ଠାନଗୁଡିକ ଅନୁଦାନ ପରିସରଭୁକ୍ତ ହୋଇପାରି ନାହାନ୍ତି । କର୍ମଚାରୀମାନେ କୌଣସି ପ୍ରକାର ଅବସରକାଳୀନ ସୁବିଧା ସୁଯୋଗ ପାଉନାହାନ୍ତି । ସ୍କୁଲ କଲେଜକୁ ସରକାରୀ ଅନୁଦାନ ପରିସରଭୁକ୍ତ କରିବା ଓ ଶିକ୍ଷକ କର୍ମଚାରୀମାନଙ୍କୁ ଚାକିରୀ ସର୍ତ୍ତାବଳୀ, ଅବସରକାଳୀନ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦେବାକୁ ମୁଖ୍ୟମନ୍ତୀଙ୍କ ନିକଟରେ ୬୬୨ ବର୍ଗ କଲେଜ କର୍ମଚାରୀ ସଙ୍ଗଠନ ଦାବୀ କରିଛନ୍ତି । ଏହି ବୈ÷ଠକରେ ସମ୍ପାଦକ ଭାଗବତପ୍ରସାଦ ମୁଦୁଲୀ, ରଘୁନାଥ ଖଣ୍ଡୁଆଳ, ପଦ୍ମଲୋଚନ ବେହେରା, ପ୍ରଦୀପକୁମାର ନାୟକ, ବିଷ୍ଣୁକୁମାର ମହାନ୍ତି, ନିରଂଜନ ପଣ୍ଡା ପ୍ରମୁଖଙ୍କ ସହ କର୍ମଚାରୀମାନେ ଉପସ୍ଥିତ ଥିଲେ ।