ସ୍ୱଚ୍ଛ ସର୍ବେକ୍ଷଣ ପୁରସ୍କାର, ୫ମରେ ହିଞ୍ଜିଳିକାଟୁ

 ହିଞ୍ଜିଳିକାଟୁ: ଦେଶର ସ୍ୱଚ୍ଛ ସହର ଗୁଡ଼ିକର ତାଲିକା ପ୍ରକାଶ ପାଇଛି । ରାଷ୍ଟ୍ରପତି ଦୌପଦୀ ମୁର୍ମୁ ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଆବାସ ଏବଂ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ ଦ୍ୱାରା ଆୟୋଜିତ ସ୍ୱଚ୍ଛ ସର୍ବେକ୍ଷଣ ୨୦୨୪-୨୫ ପୁରସ୍କାର ପ୍ରଦାନ କରିଛନ୍ତି । ଏହି ଅବସରରେ ୨୦ହଜାରରୁ ୫୦ ହଜାର ଜନସଂଖ୍ୟା ଥିବା  ହିଞ୍ଜିଳିକାଟୁ ପୌର ପରିଷଦସ୍ତରରେ ଓଡିଶାରେ ୫ମ ଓ ଜାତୀୟ ୧୧ତମ ସ୍ଥାନ ହାସଲ କରିଛି । କ୍ୟାଟାଗୋରି-୨ରେ ୨୦ ରୁ ୫୦ ହଜାର ଜନସଂଖ୍ୟା ବିଶିଷ୍ଟ ସହରରେ ସ୍ୱଚ୍ଛତା, ପରିମଳ ଓ ମଳ ଉପଚାର କ୍ଷେତ୍ରରେ ଏହା ହାସଲ କରିଛି । ହିଞ୍ଜିଳିକାଟୁ ପୌରପରିଷଦ ବିଭିନ୍ନ ବର୍ଗରେ ମୋଟ ୧୦୧୦୯ ମାର୍କ ପାଇଛି । ଏହି ସଫଳତା ହାସଲ ଦିଗରେ ବିଦାୟୀ ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ଜୁବୁଲି ଚରଣ ବେହେରା, ସ୍ୱଚ୍ଛତା ଅଧିକାରୀ ସମୀର ମହାନ୍ତି, କନିଷ୍ଠ ଯନ୍ତ୍ରୀ ମାନସ ରଞ୍ଜନ ଦାଶ, ସୁମନ ଆଚାରୀ, ଜମାଦାର ରବିଦ୍ର ଗୌଡ, ସ୍ୱଚ୍ଛସାଥି, ସୁପରଭାଇଜର, ପରିମଳ ସୁପର ଭାଇଜର ଓ ସଫେଇ କର୍ମଚାରୀଙ୍କ ସମ୍ମିଳିତ ଉଦ୍ୟମ ଯୋଗୁ ସମ୍ଭବ ହୋଇଛି ।