ସ୍ୱପ୍ନେଶ୍ୱର ମହାଦେବଙ୍କ ବାର୍ଷିକ ମହାଯଜ୍ଞ

 ଯାଜପୁର ବ୍ଲକ୍ ସ୍ୱପ୍ନେଶ୍ୱରପୁର ଗ୍ରାମର ଆରାଧ୍ୟ ବାବା ସ୍ୱପ୍ନେଶ୍ୱର ମହାଦେବଙ୍କ ପୀଠରେ ୧୫ତମ ବାର୍ଷିକ ବିଶ୍ୱଶାନ୍ତି ମହାଯଜ୍ଞ  ଆରମ୍ଭ ହୋଇଛି । ପ୍ରଥମ ଦିବସରେ ୧୦୮ ଜଣ ପୁରୁଷ ଓ ମହିଳ ଶ୍ରଦ୍ଧାଳୁ  ନିକଟସ୍ଥ ଖରସ୍ରୋତା ନଦୀର ରାଜଘାଟ ଠାରୁ ସଂକଳ୍ପ ପୂର୍ବକ ପବିତ୍ର ଘଟଉତ୍ତୋଳନ ପରେ ଯଜ୍ଞମଣ୍ଡପରେ ଘଟ ସ୍ଥାପନ କରାଯାଇଥିଲା । ପରଦିନ ପ୍ରାତଃ ସମୟରେ ବାବା ସ୍ୱପ୍ନେଶ୍ୱର ମହାଦେବଙ୍କ ବଡ଼ସିଂହାର ବେଶ ହୋଇ ସୂର୍ଯ୍ୟ ପୂଜା, ଗୋ ପୂଜା, ରୁଦ୍ରା ଭିଷେକ ଓ ରୁଦ୍ର ମହାଯଜ୍ଞ କରାଯାଇଥିଲା । ଯଜ୍ଞରେ କର୍ତା ଭାବେ ଝୁଲଣ ପତି, ନିତ୍ୟାନନ୍ଦ ପତି,ସୁଧୀର ପତି ଓ କର୍ତି ଭାବେ ସୁମିତ୍ରା ପତି ଓ ନିରୁପମା ପତି କାର୍ଯ୍ୟ ସମ୍ପାଦିତ କରିଥିଲେ । କାର୍ଯ୍ୟକ୍ରମକୁ ପୁରୋହିତ ବିରଞ୍ଚି ନାରାୟଣ ପାଢ଼ୀ, ପଣ୍ଡିତ ବିଚିତ୍ର ପାଢ଼ୀ, ମହେଶ୍ୱର ପଣ୍ଡା, ଦେବେନ୍ଦ୍ର ପାଢୀ, ଇନ୍ଦ୍ରମଣି ପତି, ଅନାମ ଚରଣ ପତି, ମନୋରଞ୍ଜନ ପତି ପ୍ରମୁଖ  ସମ୍ପାଦିତ କରୁଛନ୍ତି । ପ୍ରତ୍ୟେକ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ବ୍ୟବସ୍ଥା କରାଯାଇଛି । ଆସନ୍ତା ୨୪ ତାରିଖ ସନ୍ଧ୍ୟାରେ ଯଜ୍ଞର ପୂର୍ଣ୍ଣାହୁତି ପ୍ରଦାନ କରାଯିବ ବୋଲି ସଭାପତି ରମେଶ ପତି ସମ୍ପାଦକ ଗଣେଶ ଚନ୍ଦ୍ର ପତିଙ୍କ ପ୍ରକାଶ କରିଛନ୍ତି ।