ସ୍ୱାସ୍ଥ୍ୟକେନ୍ଦ୍ର ପରିଦର୍ଶନ କଲେ କାୟାକଳ୍ପ ଟିମ୍
ଦାନଗଦୀ: ଦାନଗଦୀ ସ୍ୱାସ୍ଥ୍ୟକେନ୍ଦ୍ରର ସ୍ୱଚ୍ଛତା ଓ କର୍ମଚାରୀଙ୍କ ଦକ୍ଷତା ଅନୁଧ୍ୟାନ କଲେ କାୟାକଳ୍ପ ଟିମ୍ । ମେଡିକାଲର ସ୍ୱଚ୍ଛତା ନିୟୋଜିତ କର୍ମଚାରୀଙ୍କ ଦକ୍ଷତା ଅନୁଧ୍ୟାନ ପାଇଁ ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଞ୍ଚôଥିଲେ ୩ ଜଣିଆ କାୟାକଳ୍ପ ଟିମ୍ । ଟିମ୍ର ମୁଖ୍ୟ ଭାବେ ଡ. ପ୍ରତିଭା ପ୍ରଧାନ, ଡ. ବିଭୂଦା ବିଜୟ ଲଷ୍ମୀ, ଡ. ଜ୍ୟୋସ୍ନାରାଣୀ ଏକ୍କା ପ୍ରମୁଖ ସାମିଲ ଥିଲେ । ଟିମ୍ ମେଡିକାଲ ପରିସର ବୁଲି ଦେଖିବା ସହ ସ୍ୱଚ୍ଛତା ସମ୍ପର୍କରେ ସ୍ଥିତି ଅନୁଧ୍ୟାନ କରିଥିଲେ । ଏଥିସହ ମେଡିକାଲରେ ସେବା କାର୍ଯ୍ୟରେ ନିୟୋଜିତ ଅଧିକାରୀ, ଡାକ୍ତର, ନର୍ସ ଏବଂ ଅନ୍ୟାନ୍ୟ କର୍ମଚାରୀଙ୍କ ଦକ୍ଷତା ସମ୍ପର୍କରେ ଅନୁଧ୍ୟାନ କରିଥିଲେ । ଟିମ୍ ମେଡିକାଲ ପରିସରରେ ଥିବା ଅଳିଆ ଆବର୍ଜନା ଓ ପରିତ୍ୟକ୍ତ ସାମଗ୍ରୀ ସଂରକ୍ଷିତ ହେଉଥିବା ସ୍ଥାନକୁ ମଧ୍ୟ ବୁଲି ଦେଖିଥିଲେ । ଏଥିସହିତ ଅପରେସନ ଥିଏଟର, ପ୍ରସବ ଗୃହ, ଲ୍ୟାବ, ଔଷଧ ବିତରଣ କେନ୍ଦ୍ର ଓ ସମସ୍ତ ୱାର୍ଡ ବୁଲି ସ୍ୱଚ୍ଛତା ସମ୍ପର୍କରେ ସ୍ଥିତି ଅନୁଧ୍ୟାନ କରିଥିଲେ । ଟିମର ସଦସ୍ୟ ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ସହ ଏନେଇ ଆଲୋଚନା କରିଥିଲେ । ମାତ୍ର ଏସମ୍ପର୍କରେ ଆମେ ଏହି ଟିମ୍ର ମତାମତ ଜାଣିବା ପାଇଁ ଚାହିଁଥିଲେ ମଧ୍ୟ ଆମେ ରିପୋର୍ଟ ଉପରକୁ ପଠାଇଦେବୁ ଫଳାଫଳ ଆସିଲା ପରେ ସବୁ ଆପଣ ମାନେ ଜାଣି ପାରିବେ ବୋଲି କହିଥିଲେ । ଅନୁଧ୍ୟାନ ସମୟରେ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡାକ୍ଟର ଜ୍ୟୋତିରଞ୍ଜନ ମହାପାତ୍ର, ଡ. ପ୍ରୟାଗଜିତ ରାଉତରାୟ ଓ ଅନ୍ୟ ଡାକ୍ତରଙ୍କ ସମେତ କର୍ମଚାରୀ ଉପସ୍ଥିତ ଥିଲେ ।