ହନୁମାନ ବାଟିକାର ବାର୍ଷିକୋତ୍ସବ
ଚାନ୍ଦବାଲି : ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ତୋଟାପଡ଼ାରେ ଥିବା ଓଡିଶାର ଦ୍ୱିତୀୟ ବୃହତମ ହନୁମାନ ବାଟିକାର ପଞ୍ଚମ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଛି । ଏହି ଉତ୍ସବର ପ୍ରଥମ ସନ୍ଧ୍ୟାରେ ଶ୍ରୀକ୍ଷେତ୍ରର ଚୁନରା ସେବାୟତ ନୃସିଂହ ମହାପାତ୍ର ଯୋଗ ଦେଇଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା । ଏହି ଅବସରରେ ନରେନ୍ଦ୍ରପୁର ସ୍ଥିତ ମା’ ପାଟଣ ମଙ୍ଗଳାଙ୍କ ପୁଷ୍ପରିଣୀରୁ ୧୦୦୧ ପୂର୍ଣ୍ଣ କଳସ ଜଳ ସଂଗ୍ରହ କରାଯିବା ପରେ ଯଜ୍ଞ କାର୍ଯ୍ୟ ଆରମ୍ଭ ହୋଇଥିଲା । ଏଥିରେ ପ୍ରଥମ ଥର ପାଇଁ ପୁରୀ ବଡ଼ଚ୍ଛତା ମଠ ମହାରାଜ ସୂର୍ଯ୍ୟ ନାରାୟଣ ଦାସ ମହାରାଜଙ୍କ ପ୍ରଚେଷ୍ଟାରେ ମହାପ୍ରଭୁ ଜଗନ୍ନାଥଙ୍କର ୩୨ ବେଶ ନିର୍ମାଣ କରାଯାଇଛି । ଏହା ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିିଥିବା ବେଳେ ଶ୍ରୀକ୍ଷେତ୍ର ଚୁନରା ସେବାୟତ ନୃସିଂହ ମହାପାତ୍ର ଏହାକୁ ଉଦ୍ଘାଟନ କରିଛନ୍ତି । ଏଥିରେ ଓଡ଼ିଶାର ବିଭିନ୍ନ ମଠ, ମନ୍ଦିରର - ମହନ୍ତ, ସାଧୁସନ୍ଥମାନେ ଯୋଗଦେବାର କାର୍ଯ୍ୟକ୍ରମ ରହିଥିବା ବେଳେ ସଂକୀର୍ତ୍ତନ, ଯଜ୍ଞ, ପ୍ରବଚନ, ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଉଛି ।