ହସ୍ପିଟାଲ ପାର୍କିର୍ଂରୁ ବୁଲେଟ୍ ଚୋରି; ଅଭିଯୁକ୍ତ ଗିରଫ

ହସ୍ପିଟାଲ ପାର୍କିର୍ଂରୁ ବୁଲେଟ୍ ଚୋରି; ଅଭିଯୁକ୍ତ ଗିରଫ


 ଭୁବନେଶ୍ୱର, ୮ ।୧୧ : କ୍ୟାପିଟାଲ ହସ୍ପିଟାଲ ପାର୍କିଂରୁ ଏକ ବୁଲେଟ ବାଇକୁ ନକଲି ଚାବିରେ ଖୋଲି ଚୋରି କରିଥିବା ଜଣେ ବୁଲେଟ୍ ଚୋରକୁ ଗିରଫ କରିଛି ପୁଲିସ । ତାଠାରୁ ଏକ ବୁଲେଟ୍ ଓ ଏକ ମୋବାଇଲ ଫୋନ୍ ଜବତ କରିଛି । ଗିରଫ ଲୁଟେରା ହେଲା, ଗଞ୍ଜାମ ଜିଲ୍ଲାର ନନ୍ଦନ ସ୍ୱାଇଁ । ଏଠାରେ ସେ ଭରତପୁର ଥାନା ଅଧିନ ସୁବାଷ ନଗର ବସ୍ତିରେ ରହି ରାଜଧାନୀର ବିଭିନ୍ନ ହସ୍ପିଟାଲ, ଅଫିସ, ଫିଲ୍ମ ହଲ ପାର୍କିଂ ମାନଙ୍କରୁ ବାଇକ ଚୋରି କରିଆସୁଥିବା ପୁଲିସ ଜାଣିବାକୁ ପାଇଛି । 
 ସୂଚନା ଯୋଗ୍ୟଯେ, ଅଭିଯୋଗକାରୀ ରାକେଶ ଦାଶ ବଡ଼ଗଡ଼ ଥାନା ଅନ୍ତର୍ଗତ ଝରଣା ସାହିର ବାସିନ୍ଧା । ସେ ଗତ ୭.୧୨.୨୦୨୪ ତାରିଖ ସକାଳେ କ୍ୟାପିଟାଲ ହସ୍ପିଟାଲ ମଧ୍ୟରେ ଥିବା ଆହାର କେନ୍ଦ୍ର ନିକଟସ୍ଥ ପାର୍କିଂ ସ୍ଥାନାରେ ନିଜ ବୁଲେଟ ବାଇକକୁ ପାର୍କିଂ କରି ହସ୍ପିଟାଲ ଭିତରକୁ ଯାଇଥିଲେ । ଏହି ସମୟରେ ଅଭିଯୁକ୍ତ ନନ୍ଦନ ସ୍ୱାଇଁ ନକଲି ଚାବି ବ୍ୟବହାର କରି ଉକ୍ତ ପାର୍କିଂରୁ ବୁଲେଟଟିକୁ ଚୋରିକରି ନେଇଯାଇଥିଲା । ଭିତରୁ କାମ ଅଭିଯୋଗକାରୀ ପାର୍କିଂକୁ ଆସି ଦେଖିଲା ବେଳକୁ ତାଙ୍କ ବୁଲେଟ ସେଠାରେ ନାହିଁ । ବହୁ ଖୋଜା ଖୋଜି କରିବା ପରେ ସେ କ୍ୟାପିଟାଲ ଥାନାକୁ ଯାଇ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ପୁଲିସ ମାମଲା ରୁଜୁକରି ତଦନ୍ତ ଚଳାଇ ଆଜି ଲୁଟେରାକୁ ଗିରଫ କରିବା ସହ ତାଠାରୁ ଚୋରି ବୁଲେଟକୁ ଜବତ କରାଯାଇଛି ।