ହିଞ୍ଜିଳି ଥାନା ଅଞ୍ଚଳରେ ଚାଲିଛି ଜୁଆଆଡ୍ଡା
ାା ପ୍ରଭାନୁ୍ୟଜ୍ ।ା ହିଞ୍ଜିଳିକାଟୁ : ହିଞ୍ଜିଳି ଥାନା ଅଞ୍ଚଳରେ ଚାଲିଛି ଜୁଆଆଡ୍ଡା । ସବୁ ଜାଣି ପୁଲିସ ନିରବକୁ ନେଇ ଉଠିଛି ପ୍ରଶ୍ନ । ହିଞ୍ଜିଳିକାଟୁ ବ୍ଳକ ଅନ୍ତର୍ଗତ ପୋଡିଙ୍ଗି ଗ୍ରାମ ଗୋପିନାଥ ଖଳା ଠାକୁରାଣୀ ମନ୍ଦିର ପରିସରରେ ଜୁଆଆଡ୍ଡା ଚାଲିଛି । ଏଥିପାଇଁ ବର୍ଷ ବର୍ଷ ଧରି ଏହି ଅଞ୍ଚଳରେ ଅଶାନ୍ତିକର ପରିସ୍ଥିତି ସୃଷ୍ଟି ହେଉଛି । ସାଧାରଣ ଲୋକେ ସେହି ସ୍ଥାନ ଦେଇ ଯାତାୟାତ କରିବାକୁ ଭୟ କରୁଛନ୍ତି । ପୋଡିଙ୍ଗି ଗ୍ରାମବାସୀ କିଭଳି ଅବସ୍ଥାରେ ଥିବେ ତାହା କାହାରିକୁ ଅଛପା ନାହିଁ । ପ୍ରତିଦିନ ବିଭିନ୍ନ ଅଞ୍ଚଳରୁ ଅଜଣା ବ୍ୟକ୍ତିଙ୍କ ସୁଅ ଛୁଟୁଛି । ଘର ଆଗରେ ରାସ୍ତା ଉପରେ ଦାମି ଦାମି ଗାଡି ରଖି ଗାଁ ନିକଟରେ ଆଡା ଜମାଉଛନ୍ତି । ଲକ୍ଷ ଲକ୍ଷ ଟଙ୍କା ଲଗାଇ ବେଆଇନ ଭାବେ ଜୁଆ ଖେଳ ହେଉଥିବା ବେଳେ ବହୁ ଜୁଆଡି ପ୍ରତିଦିନ ସେଠାକୁ ଆସୁଛନ୍ତି । ଦିନ ୧୨ଟାରୁ ଖେଳ ଆରମ୍ଭ ହୋଇ ରାତି ପର୍ଯ୍ୟନ୍ତ ଚାଲିଥିବା ସ୍ଥାନୀୟ ଲୋକେ କହିଛନ୍ତି । ମୁହଁ ଖୋଲିବାକୁ କାହାରି ସାହସ ନାହିଁ । ଯିଏ ଏହାକୁ ବିରୋଧ କରିବ କିମ୍ବା ପୁଲିସକୁ ଜଣାଇବ ତା’ ଉପରେ ଆକ୍ରମଣ କରାଯିବ ବୋଲି ଖୋଲାଖୋଲି ଧମକ ଦିଆଯାଉଛି । ଏହା ଏବେ ନିତିଦିନିଆ ଘଟଣାରେ ପରିଣତ ହୋଇଗଲାଣି ।
ନାଁ ପୋଲିସ କୁ ଭୟ ନାଁ ପ୍ରସାଶନକୁ ଭୟ ନିର୍ଭୟରେ ଜୁଆ ଖେଳ କରାଯାଉଛି । ଜୁଆ ଆଡାକୁ ସରକାରୀ ଚାକିରିଆ, ଜନପ୍ରତିନିଧି ଆସୁଥିବା ମଧ୍ୟ ସ୍ଥାନୀୟ ଲୋକେ କହିଛନ୍ତି । ନାମୀଦାମୀ ଗାଡି ଧରି ପହଞ୍ଚି ଯାଉଛନ୍ତି ଏମାନେ । ସେତିକି ନୁହଁ ଜୁଆ ଖେଳରେ ହାରିଲେ ସେଠାରେ ଥିବା ପୋଡିଙ୍ଗି ଗ୍ରାମର ମାଷ୍ଟରମାଇଣ୍ଡ ସୁଧକୁ ଜୁଆଡିଙ୍କୁ ଟଙ୍କା ଦେଇଥାନ୍ତି । ଏହି ଅଞ୍ଚଳକୁ କୌଣସି ଲୋକଙ୍କୁ ଛଡା ଯାଇନଥାଏ । ଚାରିପଟେ କିଛି ଅସାମାଜିକ ବ୍ୟକ୍ତି ନିୟୋଜିତ ହୋଇଥିବା ଲୋକେ କହିଛନ୍ତି । ତେବେ ଏହାକୁ ତୁରନ୍ତ ବନ୍ଦ କରିବା ନେଇ ପ୍ରଶାସନ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବି ହୋଇଛି ।