ହୃଦଘାତରେ ବୃଦ୍ଧଙ୍କ ମୃତୁ୍ୟ
।ା ପ୍ରଭାନୁ୍ୟଜ ।ା ପାଣିକୋଇଲି: ପାଣିକୋଇଲି ବଜାର ନିବାସୀ ରହୁଥିବା ରବିନ୍ଦ୍ର କୁମାର ପଟ୍ଟନାୟକ (୭୭)ଙ୍କ ହୃଦଘାତରେ ପରଲୋକ ଘଟିଛି । ସକାଳେ ହଠାତ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ । ପରିବାର ଲୋକେ ତାଙ୍କୁ ମେଡ଼ିକାଲକୁ ନେଇଯାଇଥିଲେ ହେଁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଦୁର୍ଗା କମିଟି କର୍ମକର୍ତା ତାଙ୍କ ବାସଭବନରେ ପହଁଚି ଶେଷ ଦର୍ଶନ କରିଥିଲେ । ପରେ ତାଙ୍କ ମରଶରୀରକୁ ପୁରୀ ସ୍ୱର୍ଗଦ୍ୱାର ନେଇ ଶେଷକୃତ ସମ୍ପନ୍ନ କରାଯାଇଥିଲା ।