୧୦ ବର୍ଷରେ ବଜ୍ରପାତରେ ଯାଇଛି ୧୪୭ ଜୀବନ 

 ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲାରେ ବଜ୍ରପାତଜନିତ ମୃତୁ୍ୟ ଅଭିଶାପ ସଦୃଶ ହୋଇଛି । ଗତ ୧୦ ବର୍ଷରେ ୧୪୭ଜଣଙ୍କର ଏଥିରେ ମୃତୁ୍ୟ ହୋଇଛି । ମୌସୁମୀ ଆଗମନ ପୂର୍ବରୁ କାଳବୈଶାଖୀରେ ଅଧିକ ବଜ୍ରପାତ ହେଉଥିଲେ ହେଁ ମୌସୁମୀ ବର୍ଷା ସମୟରେ ବି ଏଥିରେ ମୁଣ୍ଡ ଯାଉଛି । ତାଳଗଛ ବଜ୍ରପାତଜନିତ ମୃତୁ୍ୟ ସଂଖ୍ୟା ହ୍ରାସ କରିବାରେ ସହାୟକ ହେଉଥିବାରୁ ୨ ବର୍ଷରେ ବନ ବିଭାଗ ଜିଲ୍ଲାରେ ୫୦ ହଜାର ଗଛ ଲଗାଇବା ପାଇଁ ନିଷ୍ପର ନେଇଛି । ବଜ୍ରପାତଜନିତ ମୃତୁ୍ୟ ସଂଖ୍ୟା କମାଇବାକୁ ରାଜ୍ୟ ସରକାର ତାଳଗଛ ଲଗାଇବାକୁ ଚିନ୍ତା କରିଛନ୍ତି । ଉମରକୋଟ ଝରିଗାଁ କୋଡିଗାଁ, ଡାବୁଗାଁରେ ଓ ରାଇଘର ବନାଞ୍ଚଳ ଅଧୀନ ୪୪ ଫରେଷ୍ଟ ଅଞ୍ଚଳ ଓ ୧୨୮ ଚାରାରୋପଣ ଅଞ୍ଚଳର ୧୭୨ ସ୍ଥାନରେ ୩୬ ହଜାର ୪୩୬ଟି ସ୍ଥାନରେ ତାଳମଞ୍ଜି ଲଗାଯାଇଛି । ଏହି ଗଛଗୁଡିକର ଯନô ନିଆଯିବ । ବଜ୍ରପାତଜନିତ ମୃତୁ୍ୟର ଅନ୍ୟ ଏକ କାରଣ ହେଲା ଜଙ୍ଗଲ ଅବକ୍ଷୟ ଜିଲ୍ଲାରେ ବନ ବିଭାଗର ପାଖାପାଖି ୩୦ହଜାର ହେକ୍ଟର ଜମି ଜବରଦଖଲରେ ରହିଛି । ରାଜସ୍ୱ ବିଭାଗର ଗ୍ରାମ୍ୟ ଜଙ୍ଗଲ ଜବରଦଖଲର ହିସାବ ନାହିଁ । ବଜ୍ରପାତରେ ୨୦୧୫-୧୬ରେ ୧୯, ୨୦୧୬–୧୭ରେ୧୯, ୨୦୧୭- ୧୮ରେ ୧୮, ୨୦୧୮-୧୯ରେ ୧୪ ଓ ୨୦୧୯-୨୦ରେ ୧୭, ୨୦୨୦ରେ ୨୦, ୨୦୨୧ରେ ୮, ୨୦୨୨ରେ ୧୬ ଓ ୨୦୨୩-୨୪ରେ ୧୦ଜଣ ଓ ୨୦୨୫ ଅଗଷ୍ଟ ସୁଦ୍ଧା ୬ ଜଣଙ୍କ ମୃତୁ୍ୟ ହୋଇଛି । ଜିଲ୍ଲା ପ୍ରାକୃତିକ ବିପର୍ଯ୍ୟୟ ବୈଠକ ତଥ୍ୟ ଅନୁସାରେ, ୨୦୧୧ରୁ ୨୦୨୪ ମଧ୍ୟରେ ଏଥିରେ ୧୯୮ଜଣଙ୍କ ମୃତୁ୍ୟ ହୋଇଛି । ୮୨ଟି ଗୃହପାଳିତ ପ୍ରାଣୀଙ୍କ ମୃତୁ୍ୟ ଘଟିଛି । ବଜ୍ରପାତରେ ମୃତୁ୍ୟ ସଂଖ୍ୟା ଉମରକୋଟ ବ୍ଲକ୍ରେ ସର୍ବାଧିକ ରହିଛି । ତା' ପଛକୁ ପର୍ଯ୍ୟାୟକ୍ରମେ ରାଇଘର କୋଷାଗୁମୁଡ଼ା, ଝରିଗାଁ, ପାପଡ଼ାହାଣ୍ଡି, ନବରଙ୍ଗପୁର, ତେନ୍ତୁଳିଖୁଣ୍ଟି, ଡାବୁଗାଁ ଓ ଚନ୍ଦାହାଣ୍ଡି ରହିଛି । ଚନ୍ଦାହାଣ୍ଡିରେ ବଜ୍ରପାତ ଜନିତ ମୃତୁ୍ୟ ସର୍ବନିମ୍ନ ରହିଛି । ୨୦୧୫ ପରଠୁ ଦୈବୀ ଦୁର୍ବିପାକଜନିତ ମୃତୁ୍ୟ ହେଲେ ସରକାର ୪ଲକ୍ଷ ଟଙ୍କା ସହାୟତା ଦେଉଛନ୍ତି । ଏଥିପାଇଁ ବ୍ୟବଚ୍ଛେଦ ରିପୋର୍ଟ ବାଧ୍ୟତାମୂଳକ ରହିଛି । ତେବେ ଅନେକ ସମୟରେ ଲୋକେ ମୃତଦେହ ବ୍ୟବଚ୍ଛେଦ ପାଇଁ ଗାଁଠାରୁ ଅନ୍ୟ ସ୍ଥାନକୁ ନେବାକୁ ଅମଙ୍ଗ ହେଉଥିବା ଦେଖିବାକୁ ମିଳୁଛି । ଫଳରେ ସେ ଘଟଣାଗୁଡ଼ିକ ସରକାରୀ ରିପୋର୍ଟକୁ ଆସିପାରୁନାହିଁ । ଏଣୁ ଏହି ସଂଖ୍ୟା ଢେର୍ ଅଧିକ ବୋଲି କୁହାଯାଇପାରେ । କାଳବୈଶାଖୀ ବେଳେ, ଏଭଳି ମୃତୁ୍ୟ ଅଧିକ । ସମ୍ଭାବ୍ୟ ବଜ୍ରପାତ ନେଇ ଗତ କିଛିବର୍ଷ ହେବ ରାଜ୍ୟ ପାଣିପାଗ ବିଭାଗ ରିପୋର୍ଟ ପ୍ରକାଶ କରୁଥିବା ବେଳେ ତାହା ଗାଁ ଗହଳିରେ ପହଞ୍ଚିପାରୁନାହିଁ । ଫଳରେ ଅଘଟଣ ଅଧିକ ଘଟୁଛି । ବଜ୍ରପାତ ଓ ସାପକାମୁଡା ମୃତୁ୍ୟ କମାଇବାକୁ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ହେଉଛି । ତେବେ ସେହି ଅନୁପାତରେ ଲୋକେ ସଚେତନ ହେଉ ନ ଥିବା ଦେଖିବାକୁ ମିଳୁଛି । ଏନେଇ ସହକାରୀ ବନ ସଂରକ୍ଷଣ ସୁବାସ ଚନ୍ଦ୍ର ଖୁଣ୍ଟିଆଙ୍କୁ ପଚାରିବାରୁ ୨୦୨୪ରେ ୨୫ ହଜାର ଓ ୨୦୨୫ ସୁଦ୍ଧା ୨୫ ହଜାର ତାଳ  ଗଛ ଲଗାଇବାକୁ ଲକ୍ଷ୍ୟଧାର୍ଯ୍ୟ ଥିବାବେଳେ, ଅଗଷ୍ଟ ୧୫ ସୁଦ୍ଧା ୧୨, ୪୩୬ ତାଳମଞ୍ଜି ଲଗାଯାଇଛି । ଗୋଟିଏ ସ୍ଥାନରେ ୪ଟି ମଞ୍ଜି ଲଗାଯାଇଛି । ଏହାର ରକ୍ଷଣାବେକ୍ଷଣ ମଧ୍ୟ କରାଯିବ । ସରକାରଙ୍କ ନିଦେ୍ର୍ଦଶ ମିଳିଲେ ପୁଣି ଆହୁରି ତାଳ ଗଛ ଲଗାଯିବ ବୋଲି କହିଛନ୍ତି ।