୧୫ୟୁନିଟ ରକ୍ତ ସଂଗ୍ରହ

ମାଲକାନଗିରି : ମାଲକାନଗିରି ଜିଲ୍ଲା ମୁଖ୍ୟ ହସ୍ପିଟାଲ ପରିସରରେ ଥିବା ଜିଲ୍ଲା ରକ୍ତ ଭଣ୍ଡାରରେ ମାଗଣା ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ସାମାଜିକ କର୍ମୀ ଚିନ୍ମୟ ଜଗଦୀପଙ୍କ ନେତୃତ୍ୱରେ ଏହି ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା । ଉକ୍ତ ରକ୍ତ ଦାନ ଶିବିରରେ ରକ୍ତଦାତା ଅନୁପ ସୁନାନୀ ଏବଂ ଲକ୍ଷ୍ମୀକାନ୍ତ ମାଡକାମୀ, ଯଶବନ୍ତ ଚିନ୍ତା, ଜଗଦୀଶ ତେଜସ ମେହେର, ସନ୍ଦୀପ ପାଳ, ଆଶିଷ ଝା, ଭକ୍ତ ପୁଟିଆ ଓ ରତନ କୋପେ ପ୍ରମୁଖଙ୍କ ସହ ଅନେକ ରକ୍ତଦାତା ରକ୍ତ ଦାନ କରି ସମାଜକୁ ନିଆରା ବାର୍ତ୍ତା ଦେଇଛନ୍ତି । ଏହି ରକ୍ତଦାନ ଶିବିରରେ ୧୫ୟୁନିଟ ରକ୍ତ ସଂଗ୍ରହ ହୋଇଛି ବୋଲି ବ୍ଲଡ଼ ବ୍ୟାଙ୍କ ଅଧିକାରୀ କହିଛନ୍ତି । ତେବେ ଜିଲ୍ଲାରେ ପ୍ରାୟ ଅନେକ ସମୟରେ ରକ୍ତ ଅଭାବ ଲାଗି ରହିଥିବା ବେଳେ ବିଶେଷ କରି ଆଗକୁ ଗ୍ରୀଷ୍ମ ପ୍ରବାହ ବଢିବାକୁ ଯାଉଥିବାରୁ ରକ୍ତ ଅଭାବକୁ ଦୃଷ୍ଟିରେ ରଖି ଏହି ରକ୍ତ ଦାନ ଶିବିରର ଆୟୋଜନ କରାଯାଇଥିବା କୁହାଯାଇଛି ।