୧୫ ଜିଲ୍ଲାର ବ୍ଲକ ଟିମ୍‌ ଗଢ଼ିଲେ ନବୀନ 

୧୫ ଜିଲ୍ଲାର ବ୍ଲକ ଟିମ୍‌ ଗଢ଼ିଲେ ନବୀନ 

ଭୁବନେଶ୍ୱର : ୧୫ ସାଙ୍ଗଠନିକ ଜିଲ୍ଲା ଅନ୍ତର୍ଗତ ୧୨୬ ବ୍ଲକ ସଭାପତି ଓ ୪୧ ନଗର ସଭାପତିଙ୍କ ନାମ ଘୋଷଣା କରିଛି ବିଜେଡ଼ି । ଏହି ୧୫ ସାଙ୍ଗଠନିକ ଜିଲ୍ଲା ହେଲା ବୌଦ୍ଧ, ବରଗଡ, କଟକ, ଦେବଗଡ, ଗଜପତି, ଜଗତସିଂହପୁର, ଝାରସୁଗୁଡା, କନ୍ଧମାଳ, କୋରାପୁଟ, ନୟାଗଡ, ନୂଆପଡା, ରାଉରକେଲା, ରାୟଗଡା, ସୁନ୍ଦରଗଡ ଓ ସୁବର୍ଣ୍ଣପୁର ।

   ପ୍ରକାଶଯୋଗ୍ୟକି, ପୂର୍ବରୁ ୯ ସାଙ୍ଗଠନିକ ଜିଲ୍ଲାର ବ୍ଲକ ଓ ନଗର ସଭାପତିଙ୍କ ନାମ ଘୋଷଣା କରାଯାଇଥିଲା । ଆଜିର ଘୋଷଣା ସହିତ ୨୪ ସାଙ୍ଗଠନିକ ଜିଲ୍ଲାର ବ୍ଲକ ଓ ନଗର ସଭାପତିଙ୍କ ନାମ ଘୋଷଣା ସମ୍ପୂର୍ଣ୍ଣ ହୋଇଛି । ଏହି ସାଙ୍ଗଠନିକ ନିଯୁକ୍ତି ପ୍ରକ୍ରିୟା ଦଳର ତୃଣମୂଳସ୍ତରର ସଙ୍ଗଠନକୁ ଅଧିକ କ୍ରିୟାଶୀଳ କରିବା ସହ ନବନିଯୁକ୍ତ ବ୍ଲକ ଓ ନଗର ସଭାପତିମାନେ ଦଳୀୟ ସଂଗଠନକୁ ଶକ୍ତିଶାଳୀ କରିବା ସହ ବିଜୁ ଜନତା ଦଳର ଦୃଷ୍ଟିକୋଣ ଓ ନୀତିକୁ ସାଧାରଣ ଲୋକଙ୍କ ନିକଟକୁ ପହଞ୍ଚାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ । ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ବିଜୁ ଜନତା ଦଳ ସାଙ୍ଗଠନିକ ଶିଷ୍ଟାଚାର, ତୃଣମୂଳ ସଶକ୍ତିକରଣ ଓ ଓଡିଶାର ଜନସାଧାରଣଙ୍କ ସେବା ପ୍ରତି ଦୃଢ଼ ପ୍ରତିବଦ୍ଧ ବୋଲି ଦେବୀ ପ୍ରସାଦ ମିଶ୍ର କହିଛନ୍ତି ।