୧୯୮୩ ମାଟ୍ରିକ ବ୍ୟାଚ୍ ବନ୍ଧୁମିଳନ କାର୍ଯ୍ୟକ୍ରମ 

 ଭଣ୍ଡାରିପୋଖରୀ : କର୍ମ ଜଞ୍ଜାଳ ମଧ୍ୟରେ ବନ୍ଧୁ ମିଳନର ଆନନ୍ଦଉଲ୍ଲାସରେ ବିତୁଥିବା ସମୟ  ଉଲ୍ଲେଖନୀୟ । ଗିରିଧାରୀ ପଣ୍ଡା ହାଇସ୍କୁଲର ୧୯୮୩ ମସିହା ମାଟ୍ରିକ ବ୍ୟାଚ ଛାତ୍ରଛାତ୍ରୀଙ୍କ ବନ୍ଧୁମିଳନ କାର୍ଯ୍ୟକ୍ରମ ହୋଇଛି । ବୈତରଣୀ ନଦୀ କୂଳରେ କାଜିପାଟଣାରେ ଅନୁଷ୍ଠିତ କାର୍ଯ୍ୟକ୍ରମକୁ ସେବା ନିବୃତ୍ତ ବ୍ୟାଙ୍କ ଅଧିକାରୀ ଲଷ୍ମୀନାରାୟଣ ସାମଲ ସଂଚାଳନା କରିଥିଲେ । ଯୋଗ ଦେଇଥିବା ଛାତ୍ର ଛାତ୍ରୀ ଓ ସେମାନଙ୍କ ଅନୁଭୂତି ବର୍ଣ୍ଣନା କରିବା ସହ ଏପରି କାର୍ଯ୍ୟକ୍ରମ ଆୟୋଜନର ପ୍ରସଂଶା କରିଥିଲେ । ଏହି ଅବସରରେ ଚଳିତ ବର୍ଷ ପରଲୋକ ପ୍ରାପ୍ତ ଦୁଃଖିଶ୍ୟାମ ବିଶ୍ୱାଳ ଓ ଅଭିମନୁ୍ୟ ସାହୁଙ୍କ ଆତ୍ମାର ସଦ୍ଗତି ପାଇଁ ନିରବପ୍ରାର୍ଥନା କରାଯାଇଥିଲା । ସତ୍ୟପ୍ରକାଶ ସେଠୀ ଓ ଲକ୍ଷ୍ମୀନାରାୟଣ ସାମଲଙ୍କୁ  ସମ୍ବର୍ଦ୍ଧିତ କରାଯାଇଥିଲା । ସୁବ୍ରତ ମହାପାତ୍ର, ମଦନ ଭାରତୀ, ଅଭିମନୁ୍ୟ ପାଢ଼ୀ, ଘନଶ୍ୟାମ ସ୍ୱାଇଁ, କଳାକାର ବେହେରା, ପ୍ରକାଶ ମହାପାତ୍ର, ପ୍ରେମଲତା ପଣ୍ଡା, ଦେବକୀ ଲେଙ୍କା, ବ୍ରଜ କିଶୋର ଖୁଣ୍ଟିଆ, ଦୋଳଗୋବିନ୍ଦ ନାୟକ, ଶରତ ଖୁଣ୍ଟିଆ, ଅଧର ବାରିକ, ଚକ୍ରଧର ଜେନା, ସୁନନ୍ଦା ନାୟକ, ବାସନ୍ତୀ ପଣ୍ଡା, ନଳିନୀ ଜେନା, ପୂର୍ଣ୍ଣିମା ସାହୁ, ପିଜୁସକାନ୍ତି ଦାସ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।