୨୦ ବର୍ଷର ଦାବି ପୂରଣ ହେଲା: ସାଂସଦ
ଭୁବନେଶ୍ୱର : ସ୍ଥାନୀୟ କଲ୍ୟାଣପୁର ପଞ୍ଚାୟତ ଅନ୍ତଃର୍ଗତ ନୂଆବନ୍ତରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ନୂତନଭାବେ ପ୍ରତିଷ୍ଠିତ ରାଜସ୍ୱ ନିରୀକ୍ଷକ (ଆର୍ଆଇ) ଅଫିସ ଉଦ୍ଘାଟନ କରିଛନ୍ତି । ଆର୍ଆଇ ଅଫିସ୍ ଦ୍ୱାରା ୨ ପଞ୍ଚାୟତ ୧୧ ରାଜସ୍ୱ ଗ୍ରାମର ପ୍ରାୟ ୨୦ ହଜାର ଲୋକ ଉପକୃତ ହେବେ । ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ପ୍ରାୟ ୧.୪୦ କୋଟି ଟଙ୍କା ବ୍ୟୟରେ ଉକ୍ତ ଅଫିସ୍ ନିର୍ମାଣ କରାଯାଇଛି । ଦୀର୍ଘଦିନର ସ୍ୱପ୍ନ ସାକାର ହୋଇଥିବାରୁ ପଞ୍ଚାୟତବାସୀଙ୍କ ପକ୍ଷରୁ ଷଡଙ୍ଗୀଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ।
ପୁର୍ବରୁ ୧୦ କିମି ଦୁରରେ ଥିବା ଆରଆଇ ଅଫିସ୍ ଉପରେ ସ୍ଥାନୀୟ ଲୋକେ ଜମିବାଡି ମାପଚୁପ, ବାର୍ଦ୍ଧକ୍ ଜନିତ ଭତ୍ତା, ଆୟ ପ୍ରମାଣପତ୍ର, ଜାତି ପ୍ରମାଣପତ୍ର, ସ୍ଥାୟୀ ବାସିନ୍ଦା ପ୍ରମାଣପତ୍ର, ଦାଖଲ ଖାରଜ ମାମଲା ଭଳି ବିଭିନ୍ନ କାର୍ଯ୍ୟ ଲାଗି ନିର୍ଭର କରୁଥିଲେ । ଏଥିପାଇଁ ବୃଦ୍ଧ ବୃଦ୍ଧା, ଭିନ୍ନକ୍ଷମ ବ୍ୟକ୍ତିମାନେ ବହୁ ପରିଶ୍ରମକରି ପୂର୍ବରୂ ଥିବା ଆର୍ଆଇ ଅଫିସ୍ ଯାଉଥିଲେ । ନୂଆବନ୍ତରେ ଆର୍ଆଇ ଅଫିସ୍ ପ୍ରତିଷ୍ଠା ପାଇଁ ସ୍ଥାନୀୟ ଜନସାଧାରଣ ପ୍ରାୟ ୨୦ ବର୍ଷ ହେଲା ପ୍ରଶାସନ ନିକଟରେ ଦାବି କରିଆସୁଥିଲେ । ସାଂସଦଙ୍କୁ ଭେଟି ସ୍ଥାନୀୟ ଲୋକେ ଏହି ସମସ୍ୟା ବିଷୟରେ ଜଣାଇଥିଲେ । ଷଡଙ୍ଗୀ ଲୋକଙ୍କ ଅସୁବିଧାକୁ ହୃଦୟଙ୍ଗମ କରି ଆର୍ଡି ବିଭାଗ ଉଚ୍ଚଅଧିକାରୀଙ୍କ ସହିତ୍ ଆଲୋଚନା କରି ଲୋକଙ୍କ ସମସ୍ୟା ଦୁର କରିଛନ୍ତି । ଉଦ୍ଘାଟନ ଉସôବରେ ସାଂସଦ ଷଡଙ୍ଗୀଙ୍କ ସମେତ ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର, ଭୁବନେଶ୍ୱର ତହସିଲଦାର ମୃତୁ୍ୟଞ୍ଜୟ ତ୍ରିପାଠୀ, ଭୁବନେଶ୍ୱର ପଞ୍ଚାୟତ ସମିତି ଅଧ୍ୟକ୍ଷା ନିରୂପମା ସାହୁ, କଲ୍ୟାଣପୁର ସରପଞ୍ଚ ଦେବରାଜ ଭୋଇ, ସପ୍ରମୁଖ ଯୋଗଦେଇଥିଲେ ।