୩ ଶିକ୍ଷୟିତ୍ରୀଙ୍କୁ ପଞ୍ଚସଖା ଶିକ୍ଷା ସେତୁ ସମ୍ମାନ

 ଖଣ୍ଡପଡ଼ା:  ଶିକ୍ଷାଦାନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ରାଜ୍ୟ ସରକାର ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ପଞ୍ଚସଖା ଶିକ୍ଷା ସେତୁରେ ସମ୍ମାନିତ କରିଛନ୍ତି  । ଏହି କ୍ରମରେ ଖଣ୍ଡପଡ଼ା ବ୍ଳକର ତିନଜଣ ଶିକ୍ଷୟିତ୍ରୀଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି । ସେମାନେ ହେଲେ ଖଣ୍ଡପଡ଼ା ବ୍ଲକ ଅଧିନ ଯୋଗିଆପଲ୍ଲୀ ସରକାରୀ ଉଚ୍ଚÿ ବିଦ୍ୟାଳୟର ଶିକ୍ଷୟିତ୍ରୀ ଯୋଗମାୟା ମହାପାତ୍ର ଓ ମନିଷା ସେଠୀ । ସେହିପରି ବନମାଳିପୁର ପଞ୍ଚାୟତର ବାସୁଦେଇପୁର ସରକାରୀ ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟିତ୍ରୀ ମିନାକ୍ଷୀ ହୋତା ମଧ୍ୟ ସମ୍ମାନିତ ହୋଇଥିବା ଖଣ୍ଡପଡ଼ା ବ୍ଲକ୍ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜଣାପଡିଛି ।