୪୭ ବର୍ଷରେ ପାଉଁଶିଆ ଭୀମ ମେଳା

  ବଡ଼ସାହି :  ବଡ଼ସାହି ବ୍ଲକ୍ ଅନ୍ତର୍ଗତ ଆଦିବାସୀ ଅଧୁ୍ୟଷିତ ପାଉଁଶିଆ ଗ୍ରାମରେ ଅନୁଷ୍ଠିତ ହେଉଥିବା ଭୀମ ମେଳା ଚଳିତ ବର୍ଷ ୪୭ ବର୍ଷରେ ପଦାର୍ପଣ କରିଛି । ବିଗତ ୧୯୭୮ମସିହାରେ ତତ୍କାଳୀନ କେତେ ଜଣ ଦିବଂଗତ ବଦାନ୍ୟ ବ୍ୟକ୍ତିମାନଙ୍କ ପ୍ରଚେଷ୍ଟାରେ ଉକ୍ତ ପାଉଁଶିଆ ଗ୍ରାମରେ ଭୀମ ମେଳା ଆରମ୍ଭ ହୋଇଥିଲା । ଉକ୍ତ ଭୀମ ମେଳା ନିମନ୍ତେ ପ୍ରତ୍ୟେକ ବର୍ଷ ଭୈମୀ ଏକାଦଶୀ ଦିନ ଘଟୋତ୍ତଳନ କରାଯାଇ ଶ୍ରୀ ଶ୍ରୀ ଲକ୍ଷ୍ମୀ ନାରାୟଣଙ୍କ ପୂଜା ଯଥାବିଧି ଅନୁଷ୍ଠିତ ହୋଇଥାଏ । ଚଳିତ ବର୍ଷ ମଧ୍ୟ ଗତ ୮ ତାରିଖ ପାଖରୁ ପୂଜା ଆରମ୍ଭ ହୋଇଛି । ସେହି ଦିନଠାରୁ ପାଉଁଶିଆ ଭୀମ ମେଳା ପଡ଼ିଆରେ ବିଭିନ୍ନ ପ୍ରକାର ଦୋକାନ ବଜାର ନିଜ ନିଜ ପସରା ମେଲାଇ ବସିଛି । ଏହି ମେଳା ୧୨ ଦିନ ଧରି ଚାଲୁ ରହିବ । ଏଥିରେ ପ୍ରତ୍ୟେକ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହେଉଥିବାବେଳେ ଆସନ୍ତା ୧୭,୧୮ ଓ ୧୯ ତାରିଖ ଦିନ ଗ୍ରାଣ୍ଡ ମହଲ ଯାତ୍ରା ପାର୍ଟି ପକ୍ଷରୁ ନାଟକ ପ୍ରଦର୍ଶିତ ହେବାର କମିଟି ପକ୍ଷରୁ ସୂଚନା ଦିଆଯାଇଛି ।